ସମସ୍ୟା ଘେରରେ ଲର୍କି ଗ୍ରାମର ଅଙ୍ଗନୱାଡି କେନ୍ଦ୍ର

କୋମନା-୧୦/୧୧ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଗଣ୍ଡାମେର ପଞ୍ଚାୟତ ଅଧୀନ ଲର୍କି ଗ୍ରାମରେ ଥିବା ୨ ଟି ଅଙ୍ଗନୱାଡି କେନ୍ଦ୍ର ବିଭିନ୍ନ ସମସ୍ୟା ଦେଇ ଗତିକରୁଛି। ଏହି ଗ୍ରାମରେ ପ୍ରାୟ ୧୦୦୦ ଲୋକ ବସବାସ କରୁଥିବା ବେଳେ ୨ ଟି ଅଙ୍ଗନୱାଡି କେନ୍ଦ୍ର ରହିଛି। ଏହି ୨ ଟି ଅଙ୍ଗନୱାଡି କେନ୍ଦ୍ର ପାଇଁ ୨ ଜଣ ଅଙ୍ଗନୱାଡି କର୍ମୀ ନିଯୁକ୍ତି ହୋଇଛନ୍ତି। ୧ ନଂ କେନ୍ଦ୍ରରେ ୧୩ ଜଣ ଶିଶୁ ଓ ୨ ନଂ କେନ୍ଦ୍ରରେ ୨୪ ଜଣ ଶିଶୁ ଅଧ୍ୟୟନ କରୁଛନ୍ତି । କିନ୍ତୁ ପରିତାପର ବିଷୟ ୨ ନଂ କେନ୍ଦ୍ରର କୋଠା ନଥିବାରୁ କେନ୍ଦ୍ରର ପିଲାମାନେ ୧ କିମି ଦୂରତାରେ ଥିବା ଅନ୍ୟ କେନ୍ଦ୍ର ୧ ନଂ କୁ ପାଠ ପଢିବା ପାଇଁ ଯାଉଛନ୍ତି। ତେବେ ୧ ନଂ କେନ୍ଦ୍ରର କୋଠା ବହୁ ପୁରାତନ ହୋଇଯାଇଥିବାରୁ ବର୍ଷା ଦିନରେ ବର୍ଷା ହେଲେ କୋଠା ଛାତିରୁ ପାଣି ଗଳୁଥିବା ନେଇ ଅଙ୍ଗନୱାଡି କର୍ମୀ ଗୋମତୀ ଶବର ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ଗୋଟିଏ କୋଠାରେ ୩୭ ଜଣ ଶିଶୁ ବସି ପାଠ ପଢୁଥିବାରୁ ପାଠପଢ଼ାରେ ବ୍ୟାଘାତ ସ୍ତୃଷ୍ଟି ହେଉଛି। ସେହିପରି ଅଙ୍ଗନୱାଡି କେନ୍ଦ୍ରରେ ପାଚେରୀ ନଥିବା ବେଳେ ଶୌଚାଳୟ ମଧ୍ୟ ନାହିଁ । ଏହି କେନ୍ଦ୍ରରେ ଯେଉଁ ଗୋଟିଏ ନଳକୂପ ଅଛି ସେଥିରୁ ଫ୍ଲୋରାଇଡଯୁକ୍ତ ପାଣି ବାହାରୁଥିବାରୁ ଅନ୍ୟ ନଳକୂପ ଉପରେ ନିର୍ଭର କରିବକୁ ପଡୁଛି। ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *