ଚଳିତ ରବିଚାଷ ପାଇଁ ଇନ୍ଦ୍ରାବତୀରୁ ବନ୍ଦ ହେବ ଜଳସେଚନ

ଭବାନୀପାଟଣା -୧୩/୧୧ ଚଳିତ ରବିଚାଷ ପାଇଁ ଇନ୍ଦ୍ରାବତୀ ଜଳ ପ୍ରକଳ୍ପରୁ ଜଳସେଚନ ବନ୍ଦ ରହିବ ବୋଲି କୁସୁମଖୁଣ୍ଟି ଜଳସେଚନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ଜଳ ପ୍ରକଳ୍ପରୁ ଖରିଫ ଚାଷ ପାଇଁ ଜୟପାଟଣା, କୋକସରା ଓ ଧର୍ମଗଡ ବ୍ଲକର ପ୍ରାୟ ୨୫ହଜାର ୨୭୫ ହେକ୍ଟର ଓ କୋକସରା ଓ ଜୟପାଟଣା ବ୍ଲକରେ ରବିଚାଷ ପାଇଁ ସମୁଦାୟ ୧୬୬୪୫.୮୮ ହେକ୍ଟର ଚାଷଜମିକୁ ଜଳସେଚନର ସୁବିଧା କରାଯାଇଥିଲା। ତେବେ ଚଳିତବର୍ଷ ଏହି ପ୍ରକଳ୍ପରୁ ଜଳସ୍ତର ହ୍ରାସ ପାଇଥିବାରୁ ରବିଚାଷ ପାଇଁ ଜଳସେଚନ ସମ୍ଭବ ହୋଇପାରିବ ନାହିଁ ବୋଲି ପ୍ରକଳ୍ପର ନିର୍ବାହୀ ଅଧିକାରୀ ପ୍ରଣୟ କୁମାର ପ୍ରଧାନ ପ୍ରକାଶ କରିଛନ୍ତି।

ଇନ୍ଦ୍ରାବତୀ

Leave a Reply

Your email address will not be published. Required fields are marked *