ରାଜ୍ୟ ସରକାର ତୁରନ୍ତ ନିର୍ବାଚନ ପ୍ରତିଶ୍ରୁତି ପାଳନ କରି ସାମାଜିକ ସୁରକ୍ଷା ହିତାଧିକାରୀଙ୍କ ଭତ୍ତା ବୃଦ୍ଧି ପାଇଁ ଦାବି

ଭବାନୀପାଟଣା- ୧୩/୧୧ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ବିଧବା, ଅବିବାହିତା, ଭିନ୍ନକ୍ଷମ ଓ ବାର୍ଦ୍ଧକ୍ୟ ଭତ୍ତା ଦିଆଯାଉଥିବା ପରିମାଣ ୩୦୦୦ଟଙ୍କାରୁ ୩୫୦୦ଟଙ୍କାକୁ ବୃଦ୍ଧି କରିବା ପାଇଁ “ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି” ସଂଗଠନର ସଂଗଠକ ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ନେତ୍ରୁତ୍ଵରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି। ନିର୍ବାଚନ ପୂର୍ବରୁ ବିଜେଡି ସରକାର ନିର୍ବାଚନକୁ ଆଖି ଆଗରେ ରଖି ୫୦୦ ରୁ ୧୦୦୦ଟଙ୍କା ଘୋଷଣା କରି ଭତ୍ତା ପ୍ରଦାନ କରିଥିଲେ। ହେଲେ ବିଜେପି ଦଳ ନିର୍ବାଚନ ଇସ୍ତାହାରରେ ୩୦୦୦ ରୁ ୩୫୦୦ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ବିଜେପି ଦଳ ନିର୍ବାଚିତ ହୋଇ ସରକାର ଗଠନ କରି ୫ମାସ ହେବାକୁ ଯାଉଥିଲେ ବି ସେହି ୧୦୦୦ଟଙ୍କା ଦେଉଛନ୍ତି। ନିର୍ବାଚନ ପ୍ରତିଶ୍ରୁତି ଭୁଲି ଯାଇଥିବାରୁ ଅତିଶୀଘ୍ର ୩୦୦୦ଟଙ୍କା ଦେବାକୁ ଦାବି କରାଯାଇଛି। ଦାବୀ ପୂରଣ ନ ହେଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି “ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି” ସଂଗଠନର ସଭାପତି ସୁରେଶ ସଂଗ୍ରାମ କହିଛନ୍ତି। ଦାବିପତ୍ର ଦେବା ସମୟରେ ନାରୀ ନେତ୍ରୀ କବିତା ରାଉତ, ନିରୋଦ କୁମାର ରାଉତ, ଅବଦୁଲ ଅଜିଜ୍ ଖାନ୍, କୃଷକ ନେତା ଲିଙ୍ଗରାଜ ପ୍ରଧାନ, ଆଡଭୋକେଟ୍ କ୍ଷୀରୋଦ ନାଗ, ବିଶ୍ୱନାଥ ବାଗ, ସଞ୍ଜୟ ମେହେର, ବିକାଶ ରଞ୍ଜନ ପ୍ରଧାନ, ସସ୍ମିତା ସିଂ, ମନୋରଞ୍ଜନ ରାୟ, ମଧୁଲାଲ ନାଏକ, ପଞ୍ଚୁ ସାହୁ, ଦମୟନ୍ତୀ ମାଝୀ, ପୁଷ୍ପା ବାଗ, ହେମନ୍ତ ଦୂର୍ଗା, ସିନ୍ଧୁ ମାଝୀ, ଦିପାନ୍ତୀ ମାଝୀ, ପୁଷ୍ପାଞ୍ଜଳି ଚଣ୍ଡି, ଜାନକୀ ଜାଲ, ଯଶୋଦା ଶବର ପ୍ରମୁଖ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *