ଆସିଲେନି ପାଚିକା, ମଧ୍ୟାହ୍ନ ଭୋଜନ ବନ୍ଦ

ଭବାନୀପାଟଣା-୨୬/୧୧ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ସରକାରୀ ନୋଡାଲ ଉଛ ପ୍ରାଥମିକ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଥିବା ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ୩୫୪ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଗତକାଲି ସୋମବାର ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଇନଥିବା ଅଭିଯୋଗ ହୋଇଛି । ଏହି ସ୍କୁଲର ମଧ୍ୟାହ୍ନ ଭୋଜନ ରାନ୍ଧିବା ପାଇଁ ସ୍ଥାନୀୟ ମା ଠାକୁରାଣୀ ସ୍ବୟଂ ସହାୟକ ଗୋଷ୍ଠୀକୁ ଦାୟିତ୍ବ ଦିଆଯାଇଛି। ଏଠାରେ ରନ୍ଧାଖାଦ୍ୟ ପାଇଁ ୩ ଜଣ ପାଚିକା ନିୟୋଜିତ ହୋଇଛନ୍ତି। କିନ୍ତୁ ଗତକାଲି ସେମାନେ ନଆସିବାରୁ ମଧ୍ୟାହ୍ନ ଭୋଜନ ରନ୍ଧାଯାଇ ପାରିନଥିଲା। ପ୍ରକୃତପକ୍ଷେ ସେମାନଙ୍କୁ ଦରମା ମିଳିନଥିବାରୁ ପାଚିକାମାନେ ରୋଷେଇ କରିବା ପାଇଁ ଆସି ନଥିବା ପ୍ରଧାନ ଶିକ୍ଷକଙ୍କ ଠାରୁ ପ୍ରକାଶ। ତେଣୁ ଛାତ୍ରଛାତ୍ରୀ ମାନଙ୍କୁ ରନ୍ଧାଖାଦ୍ୟ ବଦଳରେ ବିସ୍କୁଟ ଦିଆଯାଇଛି ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *