
ଭବାନୀପାଟଣା- ୨୯/୧୧ ଏକ ବିଶେଷ ସୂତ୍ରରୁ କେସିଙ୍ଗା ପୋଲିସ ସ୍ଥାନୀୟ ଷ୍ଟେସନ ପଡ଼ାର ଜଣକ ଘରେ ଜୁଆ ଖେଳାଯାଉଥିବା ନେଇ ଖବର ପାଇଥିଲା। ଖବର ପାଇ ପୋଲିସର ଏକ ଟିମ୍ ଷ୍ଟେସନ ପଡ଼ାର ରୁଦ୍ର ପ୍ରସାଦ ପ୍ରଧାନଙ୍କ ଘର ଉପରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ୬ ଜଣ ଜୁଆ ଖେଳୁଥିବା ବେଳେ ସେମାନଙ୍କ ଠାରୁ ତାସ୍, ୨୮ ହଜାର ୧୦୦ ଟଙ୍କା, ୫ ଟି ମୋବାଇଲ, ଘର ବାହାରେ ଥିବା ୫ ଟି ବାଇକ୍ ସହ ଅନ୍ୟାନ୍ୟ ଆନୁଷଙ୍ଗିକ ଜିନିଷ ଜବତ କରିଥିଲେ। ଏହାପରେ ଉକ୍ତ ୬ ଜଣଙ୍କୁ ଗିରଫ କରି ଥାନାକୁ ଆଣିଥିଲେ। ଏନେଇ ଥାନା କେଶ୍ ନଂ ୪୬୦/୨୪ ରେ ମାମଲା ରୁଜୁ କରି ବ୍ୟକ୍ତିଗତ ମୁଚାଲିକାରେ ସେମାନଙ୍କୁ ଛାଡିଥିଲେ ବୋଲି ଆଇଆଇସି ପ୍ରଦ୍ୟୁମ୍ନ ମହାପାତ୍ର ସୂଚନା ଦେଇଛନ୍ତି।