
କେସିଙ୍ଗା- ଆଜି ଶନିବାର କେସିଙ୍ଗା ବ୍ଲକର ଦୁଇ ଜଣ କର୍ମଚାରୀ ଅବସର ଗ୍ରହଣ କରିଛନ୍ତି। ସେମାନେ ହେଲେ ବ୍ଲକ କାର୍ଯ୍ୟାଳୟରେ ପିଅନ ଭାବରେ କାମ କରୁଥିବା ଶ୍ରୀମନ୍ତ ସ୍ବାଇଁ ଏବଂ ସିରୋଲ ଗ୍ରାମ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଗଜେନ୍ଦ୍ର ସାହା। ତେବେ ଏହି ଦୁଇଜଣ କର୍ମଚାରୀଙ୍କୁ ଆଜି ଅବସର ଦିନ ହିଁ ସରକାରଙ୍କ ନିୟମାନୁସାରେ ବ୍ଲକ ପ୍ରଶାସନ ପକ୍ଷରୁ ତ୍ବରିତ ପେନସନ ପ୍ରଦାନ କରାଯାଇଥିବାରୁ ପିଅନ ଶ୍ରୀ ସ୍ବାଇଁ ଏବଂ ପିଇଓ ଶ୍ରୀ ସାହା ଖୁସି ପ୍ରକଟ କରିଥିଲେ। ବିଡିଓ ପଦ୍ମନାଭ ପୁରୋହିତ ସେମାନଙ୍କୁ ପ୍ରଥମ କିସ୍ତି ପେନସନ୍ ପ୍ରଦାନ ସହ ସମସ୍ତ କାଗଜପତ୍ର ହସ୍ତାନ୍ତର କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ଏବିଡିଓ ସିଦ୍ଧେଶ୍ୱର ମେହେର ଓ ଆକାଉଣ୍ଟଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।
