
କେସିଙ୍ଗା- ୧/୧୨ ତଳିତଥର ନୂତନ ପଦ୍ଧତିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ଚିହ୍ନଟ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ତେଣୁ ଆସନ୍ତାକାଲି ଠାରୁ ୪ ତାରିଖ ପର୍ଯ୍ୟନ୍ତ ନୂତନ ପ୍ରକ୍ରିୟା ପ୍ରତି ପଞ୍ଚାୟତ କାର୍ଯ୍ୟାଳୟରେ ଆରମ୍ଭ ହେବ ବୋଲି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଦ୍ମନାଭ ପୁରୋହିତ ସୂଚନା ଦେଇଛନ୍ତି। ଏଥିପାଇଁ ପ୍ରତି ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନେ ଡ଼ାକବାଜି ଯନ୍ତ୍ର ଦ୍ବାରା ପ୍ରଚାର ପ୍ରସାର କରିବା ପାଇଁ ଆଦେଶ ଦିଆଯାଇଛି। ତେଣୁ ଯେଉଁମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି କିମ୍ବା ନୂତନ ହିତାଧିକାରୀ ହେବା ପାଇଁ ଇଛୁକ ସେମାନେ ଏହି ଦିନମାନଙ୍କରେ ୧୦.୩୦ ସମୟରେ ପଞ୍ଚାୟତ କାର୍ଯ୍ୟାଳୟରେ ହେବାକୁ ଥିବା ଶିବିର ଯୋଗ ଦେଇ ତାଲିମ ନେବା ସହ ପିଏମ୍ଏଓ୍ବାଇ ଆପ୍ ଦ୍ବାରା ସର୍ତ୍ତ ପୂରଣ ସ୍ବରୂପ ନିଜେ ହିତାଧିକାରୀ ହୋଇପାରିବେ ବୋଲି ବିଡ଼ିଓ ଶ୍ରୀ ପୁରୋହିତ କହିଛନ୍ତି।