
ଭବାନୀପାଟଣା- ୧/୧୨ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ବ୍ରଜବିହାର ଠାରେ ଶିକ୍ଷକ ଓ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଆଚାର୍ଯ୍ୟ ମନୋଜ କୁମାର ମୁଣ୍ଡ ଅଭିଭାବକ ମାନଙ୍କ ମତାମତ ଆହ୍ଵାନ ଦେଇଥିଲେ। ଉପସ୍ଥିତ ଛାତ୍ରଛାତ୍ରୀଙ୍କ ପିତାମାତା ମାନେ ପିଲାମାନଙ୍କ ସମସ୍ୟା ସମ୍ପର୍କରେ ନିଜ ନିଜର ମଚ ରଖିଥିଲେ। ଗୁରୁମା ଗୁରୁଜୀ ମାନେ ସମାଧାନ ସମ୍ପର୍କରେ ଅଭିଭାବକ ମାନଙ୍କର ସହଯୋଗ ଲୋଡିଥିଲେ। ପ୍ରଧାନ ଆଚାର୍ଯ୍ୟ କହିଥିଲେ ଚଳିତ ଶିକ୍ଷାବର୍ଷ ପ୍ରାଦେଶିକ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା ଭବାନୀପାଟଣାରେ ଅନୁଷ୍ଟିତ ହେବ। ତେଣୁ ଅଭିଭାବକମାନଙ୍କ ସହଯୋଗ କାମନା କରିଥିଲେ। ଏହି ବୈଠକରେ ବିଦ୍ୟାମନ୍ଦିର ପ୍ରମୁଖ ସୁଧୀର କୁମାର ନେଗୀ, ପରିଚାଳନା ସମିତିର ସଦସ୍ୟ କୌଶଳ ଅଗ୍ରୱାଲ ପ୍ରମୂଖ ମତବ୍ୟକ୍ତ କରିଥିଲା ବେଳେ ଯୁଗ୍ମ ସଂପାଦକ ମୃତ୍ୟୁଞ୍ଜୟ ପତି ଧନ୍ୟବାଦ ଅର୍ପଣ କରିଥିଲେ।