
କେସିଙ୍ଗା ତା:୦୧/୧୨ କେସିଙ୍ଗା ବ୍ଲକ ଅନ୍ତର୍ଗତ ଲଇତରା ପଞ୍ଚାୟତର ଦିଲୀପ ମାଝୀ ଦୀର୍ଘ ୧୮ ବର୍ଷକାଳ ଦେଶସେବା କରି ଅବସର ପରେ ନିଜ ଗାଁ କୁ ଫେରିଛନ୍ତି। ଟେଭା ମାଝି ଓ ସ୍ବର୍ଗତ ତ୍ରିଲୋଚନ ମାଝି ଙ୍କ ପୁତ୍ର ଦିଲୀପ ୨୦୦୭ ମସିହା ସେପ୍ଟେମ୍ବର ମାସ ୨୪ ତାରିଖ ରେ ଭାରତୀୟ ସୈନ୍ୟ ବାହିନୀ ରେ ଯୋଗ ଦେଇଥିଲେ । ସେ ବୀରତାର ସହିତ ଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟ ସମ୍ପାଦନ କରିଛନ୍ତି । ଗତ ନଭେମ୍ବର ମାସ ୩୦ ତାରିଖରେ ସୈନ୍ୟ ବାହିନୀରୁ ଶ୍ରୀ ମାଝି ଅବସର ନେଇଥିଲେ । ଆଜି ଡିସେମ୍ବର ୧ ତାରିଖ ରେ ମା ମାଟି ନିଜ ଜନ୍ମଭୂମିକୁ ଫେରି ଆସିଛନ୍ତି । ସେ ଯେତେବେଳେ କେସିଙ୍ଗା ରେଳଷ୍ଟେସନରେ ଓହ୍ଲାଇଲେ ତାଙ୍କୁ ସେଠାରେ ଗ୍ରାମବାସୀ ଙ୍କ ତରଫରୁ ଭବ୍ୟ ସ୍ଵାଗତ କରାଯାଇଥିଲା । ତାଙ୍କ ପରିବାର ଲୋକ ସହିତ ଶହ ଶହ ସଂଖ୍ୟାରେ ସମ୍ପର୍କୀୟ ଓ ଗ୍ରାମବାସୀ ଦିଲୀପଙ୍କୁ ଫୁଲ ତୋଡ଼ା ଦେଇ ସ୍ବାଗତ କରିଥିଲେ । ଭାରତ ମାତା କି ଜୟ , ଜୟ ଯବାନ ନାରାରେ କମ୍ପି ଉଠିଥିଲା ରେଳ ଷ୍ଟେସନ ପରିସର । ସେଠାରୁ ଲୋକେ ତାଙ୍କୁ ଡିଜେ ବଜାଇ ନାଚି ନାଚି ଓ ବାଇକ୍ ଶୋଭାଯାତ୍ରା ନିଜ ମାଟିର ଯବାନଙ୍କୁ ପାଛୋଟି ନେଇଥିଲେ । ଏହାକୁ ଦେଖି ପରିବାର ଲୋକେ ଖୁସି ହୋଇଥିଲେ । ଛୋଟ ପିଲା ଠୁ ଆରମ୍ଭ କରି ଗାଁ ର ଯୁବତୀ ସମସ୍ତେ ନାଚି ନାଚି ପାଛୋଟି ନେଇଥିଲେ ବୀର ଯବାନଙ୍କୁ ।ଗାଁ ରେ ପହଞ୍ଚିବା ପରେ ଲଇତରା ଗାଁ ର ବିର ସହିଦ ତେମନ୍ତ ମାଝୀ ଙ୍କ ପ୍ରତିମୂର୍ତ୍ତି ରେ ଫୁଲ ମାଳ ଦେବା ବେଳେ ଯବାନ ଙ୍କ ଆଖି ଲୁହ ଆସିଯାଇଥିଲା । ପରେ ଯବାନ ଙ୍କୁ ନିଜ ପରିବାର ବର୍ଗ ଧୂପ ଦୀପ ଜଳାଇ ବନ୍ଧାପନା କରି ଘରକୁ ପାଛୋଟି ନେଇଥିବା ଦେଖିବାକୁ ମିଳିଥିଲା ।