
କେସିଙ୍ଗା ତା ୨.୧୨( ତୁମେଶ୍ୱର ସାହୁ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରର ସିଟିଜେନ୍ ଫୋରମ୍ ର ବୈଠକ ସ୍ଥାନୀୟ ସରକାରୀ ଉଚ୍ଚ ହାଇସ୍କୁଲ ପରିସରରେ ଗତ ରବିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସର୍ବସମ୍ମତି କ୍ରମେ ସଭାପତି ଭାବେ ଡାକ୍ତର ହେମ ସାଗର ସାହା, ସମ୍ପାଦକ ଭାବେ ବି.ଚନ୍ଦ୍ର ଶେଖର ଆଚାରୀ ଚୟନ କରାଯାଇଥିବା ବେଳେ ଉପ ସଭାପତି ଭାବେ ଡାକ୍ତର ଗୁଣସାଗର ସାହା ଓ ଭଜରାମ ସାହୁ, ଯୁଗ୍ମ ସମ୍ପାଦକ ହେମନ୍ତ କୁମାର ବାଗ, କୋଷାଧ୍ୟକ୍ଷ ଭାବେ ରଞ୍ଜନ ପଣ୍ଡା, ଉପଦେଷ୍ଟା ସଦସ୍ୟ ଭାବେ ବିନୟ ପ୍ରକାଶ ନାୟକ ଚୟନ ହୋଇଛନ୍ତି । ଏହି ବୈଠକରେ ସ୍ବର୍ଗତ ପୂର୍ବତନ ସଦସ୍ୟ ଶଙ୍କର ଲାଲ ଜୈନ, ଲମ୍ବୋଦର ପାତ୍ର, ରେବତୀ ମିଶ୍ର ଓ ଖଗପତି ସାହା ଦେହାନ୍ତ ହୋଇଥିବାରୁ ତାଙ୍କର ଆତ୍ମାର ସଦଗତି ପାଇଁ ୧ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ବୈଠକରେ ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ଉଚ୍ଚ ପଦାଧିକାରୀ ଓ ନିର୍ବାଚିତ ପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସଭାପତି ଡାକ୍ତର ସାହା ପ୍ରସ୍ତାବ ଆଗତ କରିଥିଲେ । ପରିଶେଷରେ ସମ୍ପାଦକ ବି.ଚନ୍ଦ୍ର ଶେଖର ଆଚାରି ଧନ୍ୟବାଦ ଅର୍ପଣ କରିଥିଲେ ।