ଭବାନୀପାଟଣା -୬/୧ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦୁଆରସୁନି ଗ୍ରାମ ପଞ୍ଚାୟତସ୍ତରୀୟ କଲାହାଣ୍ଡି ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଭାବେ ସଚ୍ଚିଦାନନ୍ଦ ମହାକୁଡ଼ ଏବଂ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ବି.ଡି.ଓ ଶ୍ରୀ ଚନ୍ଦନ କୁମାର ଭୋଇ, ସରପଞ୍ଚ କୈଳାଶ ଚନ୍ଦ୍ର ନାଏକ, ନାଏବ ସରପଞ୍ଚ ଶ୍ରୀମତୀ ନନ୍ଦିନୀ ରାଉତ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁ, ଏ.ଡି.ଓ. ମାଧବୀ ନାଏକ ଉପସ୍ଥିତ ଥିଲେ। ମସାଲ ଯାତ୍ରା ଦୁଆରସୁନି ଗ୍ରାମ ପଞ୍ଚାୟତରୁ ମଶାଲ ଶୋଭାଯାତ୍ରା ବାହାରି ପଞ୍ଚାୟତ ଅଫିସ ପର୍ଯ୍ୟନ୍ତ ହୋଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଡିଓ ଚନ୍ଦନ ଭୋଇ ଯୋଗ ଦେଇ ମଞ୍ଚ ପୂଜା ଅର୍ଚନା କରି ଶୁଭାରମ୍ଭ କରିଥିଲେ। ଏହାପରେ ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ଦୁଆରସୁନି ପଞ୍ଚାୟତ ସମିତି ସଭ୍ୟ ଶ୍ରୀ ସଚ୍ଚିଦାନନ୍ଦ ମହାକୁଡ଼ ଯୋଗ ଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବା ସହିତ ପଞ୍ଚାୟତ କଳା ସଂସ୍କୃତି ଓ ଐତିହ୍ୟ ଉପରେ ଅଭିଭାଷଣ ରଖିଥିଲେ । ସରପଞ୍ଚ କୈଳାଶ ଚନ୍ଦ୍ର ନାଏକ ଏହି ଉତ୍ସବରେ ସଭାପତିତ୍ଵ କରିଥିବା ବେଳେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରଦୀପ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ । ଏଥିରେ ସମସ୍ତ କୃତି ପ୍ରତିଯୋଗି ମାନଙ୍କୁ କାର୍ଯ୍ୟକ୍ରମରେ ଉପସ୍ଥିତ ସମ୍ମାନିତ ଅତିଥି ଏବଂ ଅନ୍ୟ ଅତିଥି ମାନଙ୍କ ଦ୍ବାରା ପୁରଷ୍କାର ସ୍ବରୂପ ମାନପତ୍ର, କପ୍ ଏବଂ ଅର୍ଥ ରାଶି ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ପଞ୍ଚାୟତ ଅନନ୍ୟା କର୍ମକର୍ତା ଓ ୱାର୍ଡ ସଭ୍ୟ/ ସଭ୍ୟା ମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।