ରୁପ୍ରାରୋଡ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବାର୍ଷିକୋତ୍ସବ

ନର୍ଲା- ୭/୧ (ପ୍ରଦୀପ କୁମାର ଗଉଡ) ନର୍ଲା ବ୍ଳକ ଅନ୍ତର୍ଗତ ରୁପ୍ରାରୋଡ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ୨୮ତମ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ସରସ୍ବତୀ ଶିଶୁ ମନ୍ଦିରର ସମ୍ପାଦକ ଶ୍ରୀ ସଞ୍ଜୀବ କୁମାର ଦାସ ପ୍ରଥମେ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ବିପିନ ବିହାରୀ ଦୀପ ମହୋଦୟ ଯୋଗଦାନ କରିଥିଲେ। ମୁଖ୍ୟବକ୍ତା ଭାବରେ ତୁଳାପଡ଼ା କଲେଜର ଅଧ୍ୟାପକ ସମୀର ମହାପାତ୍ର , ସମ୍ମାନିତ ଅତିଥି ଭାବରେ ମ.ରାମପୁର କୋର୍ଟର ବରିଷ୍ଠ ଆଇନଜୀବୀ ପ୍ରକାଶ ପଣ୍ଡା ଯୋଗ ଦେଇଥିଲେ । ବିଦ୍ୟାଳୟର କୁନିକୁନି ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାରର ନାଚ , ଗୀତ , ନାଟକ ପରିବେଷଣ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ହେମନ୍ତ ଭୋଇ ସ୍କୁଲର ବାର୍ଷିକ ବିବରଣୀ ପାଠ କରିଥିଲେ । ସଙ୍କୁଳ ସ୍ତରରେ କୃତିତ୍ୱ ଅର୍ଜନ କରିଥିବା ବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥଲେ । ଶିକ୍ଷାବର୍ଷ ୨୩-୨୪ ରେ କୃତିତ୍ୱ ଅର୍ଜନ କରିଥିବା ଏବଂ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମଞ୍ଚାସୀନ ଅତିଥି ମାନେ ପୁରସ୍କାର ବିତରଣ କରିଥିଲେ। ପରିଶେଷରେ ସରସ୍ବତୀ ଶିଶୁ ମନ୍ଦିରର ଛାତ୍ରଛାତ୍ରୀ ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ବାର୍ଷିକ ଉତ୍ସବରେ ସରସ୍ବତୀ ଶିଶୁ ମନ୍ଦିର ରୂପ୍ରାରୋଡର ସଭାପତି ଘନଶ୍ୟାମ ଭୋଇ, ଉପ ସଭାପତି ପ୍ରଭାତ ସେଠି, ରାମପୁର ବାର୍ ଆସୋସିଏସନ୍ ର ବରିଷ୍ଠ ଆଇନଜୀବୀ ସନାତନ ପଣ୍ଡା , ବରିଷ୍ଠ ଆଇନଜୀବୀ ସଞ୍ଜୟ କୁମାର ସାହୁ , ନର୍ଲା ପ୍ରେସ ଆସୋସିଏସନ୍ ର ସଭାପତି ଚିନ୍ତାମଣି ନାଏକ , ସମ୍ପାଦକ ସନ୍ତୋଷ ପାତ୍ର , ଉପ ସଭାପତି ଡୋଳାମଣି ସାହୁଙ୍କ ସହିତ ବିଦ୍ୟାଳୟର ସମସ୍ତ ଗୁରୁଜୀ/ଗୁରୁମା ଏବଂ ଅଭିଭାବକମାନେ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *