
କଲମପୁର – ୯/୧(ଗଣେଶରାମ ବାଗ) କଳାହାଣ୍ଡି ଜିଲ୍ଲାରେ କଳା ଓ ସଂସ୍କୃତିରେ ଭରପୁର ରହିଥିବା ବେଳେ ଆନନ୍ଦ ଉଲ୍ଲାସ ସହ ପାଳନ କରାଯାଇଥାଏ କଳାହାଣ୍ଡି ଉତ୍ସବ ଘୁମୁରା । ଏହି ଉତ୍ସବଟି ବ୍ଲକ ସ୍ତରରୁ ଆରମ୍ଭ ହୋଇ ଉପଖଣ୍ଡ ଏବଂ ଜିଲ୍ଲା ସ୍ତରରେ ମଧ୍ଯ ପାଳନ ହେଉଥିବା ବେଳେ ଗୁରୁବାର ଦିନ କଲମପୁର ପଞ୍ଚାୟତ ସମିତି ପକ୍ଷରୁ କଲମପୁର ମିନି ଷ୍ଟାଡିୟମ ଠାରେ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୫ ପାଳିତ ହୋଇଯାଇଛି । କଳାହାଣ୍ଡି ଉତ୍ସବ ଅବସରରେ ସର୍ବ ପ୍ରଥମେ ସକାଳ ୯ଘଣ୍ଟା ସମୟରେ କଲମପୁର ଲଙ୍କେଶ୍ଵରୀ ମନ୍ଦିର ଏବଂ ନିର୍ମାଲ୍ୟ କ୍ଷେତ୍ର ଜଗନ୍ନାଥ ମନ୍ଦିର ଠାରେ ପୂଜାର୍ଚ୍ଚନା କରାଯିବା ପରେ ମଶାଲ ଶୋଭାଯାତ୍ରା କଳାହାଣ୍ଡି ଉତ୍ସବ ମଞ୍ଚରେ ପହଞ୍ଚି ଉଦଘାଟନ ସହ ଦୀପ ପ୍ରଜ୍ୱଳନ କରାଯାଇଥିଲା । ସକାଳ ୧୧ଘଣ୍ଟା ସମୟରେ ଅତିଥି ମାନେ ମଞ୍ଚାସୀନ ଥିଲେ। ଉଦଘାଟନୀ ଉତ୍ସବରେ ବିଡ଼ିଓ ବିଜୟ କୁମାର ମାଣ୍ଡାଙ୍ଗିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଉପାଧ୍ୟକ୍ଷ ଚିନ୍ତାମଣି ବେହେରା , ସଂମ୍ମାନିତ ଅତିଥି ଭାବରେ ତହସିଲଦାର ସ୍ମରଣିକା ତୁଲ , ବିଇଓ ମଧୁସ୍ମିତା ନାଏକ , ସିଡ଼ିପିଓ ନୀର୍ବାସିନୀ ଦେଇ , ଡିଗ୍ରୀ କଲେଜ ଅଧ୍ୟକ୍ଷ ହେମନ୍ତ କୁମାର ବାରିକ , ବ୍ରହ୍ମକୁମାରୀ ରୋଜୀ ଭଉଣୀ , କଲମପୁର ପେକ୍ସ ସଭାପତି ଶଙ୍କର୍ଷଣ ବେହେରା , ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ପ୍ରଧାନୀ, ଚତୁର୍ଭୁଜ ପଣ୍ଡା , ବିଜୟ ପଣ୍ଡା , ସଞ୍ଜୀବ ଠାକୁର୍ , କମଳ ବାଗ ପ୍ରମୁଖ ମଞ୍ଚାସୀନ ଥିଲେ। ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ପ୍ରତିଯୋଗୀତା ଆରମ୍ଭ କରାଯାଇଥିଲ । ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ଶିକ୍ଷାବିତ ମନ୍ମଥ ମିଶ୍ର ଏବଂ ଅନିଲ ମାଝୀ ମଞ୍ଚ ପରିଚାଳନା କରିଥିଲେ । ଉତ୍ସବର ଦ୍ଵିତୀୟ ପର୍ଯାୟରେ କଳାହାଣ୍ଡିର ଐତିହ , ସଂସ୍କୃତି , ପରମ୍ପରା , ଲୋକନୃତ୍ୟ , ଲୋକବାଦ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା।କଳାହାଣ୍ଡି ଉତ୍ସବ ଘୁମୁରା ସମାରୋହରେ ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ର ମାନେ ପ୍ରତିଯୋଗିତାରେ ଭାଗ ନେଇ ନିଜର କଳା ପ୍ରଦର୍ଶନ କରିଥିଲେ । ଉତ୍ସବ ମଞ୍ଚରେ ପୋଟେସର ବୀରବାଦ୍ୟ ଘୁମୁରା , ନୃତ୍ୟଶ୍ରୀ ଡେନ୍ସ ଗ୍ରୁପ ଜଟଣୀଙ୍କ ନୃତ୍ୟ ପରିବେଷଣ ରେ ଦୁଲୁକି ଥିଲା ଉତ୍ସବ ମଞ୍ଚ। ଏହି ଉତ୍ସବ ପଡ଼ିଆରେ ଵିଭିନ୍ନ ବିଭାଗର ପ୍ରଦର୍ଶନୀ ଦେଖିବାକୁ ମିଳିଥିଲା । କଳାହାଣ୍ଡି ଉତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ପ୍ରଶାନ୍ତ ମାଝୀ , ଶାଶ୍ଵତ ପଣ୍ଡା , ରଞ୍ଜନ କୁମାର ସାହୁ , ଅର୍ଚ୍ଚନା ସୁନାନୀ , ସୁଧୀର ରାଉତ ମଞ୍ଚ ପରିଚାଳନା କରିଥିଲେ । କଳାହାଣ୍ଡି ଉତ୍ସବ କମିଟିର ସମସ୍ତ ସଦସ୍ୟ , ଦାୟିତ୍ୟରେ ଥିବା କର୍ମଚାରୀ କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଛନ୍ତି । ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା – ୨୦୨୫ ଉତ୍ସବ ମଞ୍ଚରେ ହଜାର ହଜାର ଦର୍ଶକ ଉପସ୍ଥିତ ରହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ଉତ୍ସବରେ କଲମପୁର ପୋଲିସ ବିଭାଗ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ।