
କଲମପୁର ,୯/୧(ଗଣେଶରାମ ବାଗ) କଲମପୁର ସଦର ମହକୁମାରେ ଥିବା ଅମୋହମଣୀ ଯୁକ୍ତ ଦୁଇ ମହାବିଦ୍ୟାଳୟ ରେ ଗୁରୁବାର ଦିନ ଛାତ୍ରୀମାନଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ରବିନ୍ଦ୍ର ନାରାୟଣ ପଣ୍ଡାଙ୍କ କରକମଳରେ ଉଦଘାଟିତ ଏହି କାର୍ଯ୍ୟକ୍ରମକୁ ସଂଯୋଜକ ବିଭୂତି ଭୂଷଣ ପଟ୍ଟନାୟକ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମର ପ୍ରଥମ ଦିନରେ ସରକାରୀ ଧନ୍ଧାମୂଳକ ଉଚ୍ଚ ବିଦ୍ୟାଳୟ ୧୫ ଜଣ ଓ ଅମୋହମଣୀ ଯୁକ୍ତ ଦୁଇ ମହାବିଦ୍ୟାଳୟର ୬୫ ଜଣ ଛାତ୍ରୀ ଅଂଶଗ୍ରହଣ କରି ତାଲିମ ନେଇଥିଲେ । ମାଷ୍ଟର ଟ୍ରେନର ଜୀବନ ଜ୍ୟୋତି ପ୍ରଧାନ ଓ ସୁଚିସ୍ମିତା ବେହେରା ଛାତ୍ରୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଏହି ତାଲିମ କାର୍ଯ୍ୟକ୍ରମ ଆଠ ଦିନ ବ୍ୟାପୀ ଚାଲିବ ବୋଲି ଆୟୋଜକ କର୍ମକର୍ତ୍ତା ମାନଙ୍କ ଠାରୁ ସୂଚନା ମିଳିଛି । ଅଧ୍ୟାପକ ମଳୟ କୁମାର ମହାକୁଡ଼, ଏଥିରେ ଯଶୋଦା ପୁଝାରୀ ସମେତ କଲେଜର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।