
କେସିଙ୍ଗା-୧୧/୧ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନ୍ଏସିରେ ଗତ ତିନିଦିନ ହେଲା ପିଏଚଡ଼ି ପକ୍ଷରୁ ପାନୀୟ ଜଳ ଯୋଗାଣ ବନ୍ଦ ରହିଥିବାରୁ ସହରବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସୂଚନାଯୋଗ୍ୟ କେସିଙ୍ଗା ଏନ୍ଏସିରେ ପ୍ରାୟ ୨୦ ଲକ୍ଷରୁ ଉର୍ଦ୍ଧ୍ଵ ଲୋକ ବସବାସ କରୁଛନ୍ତି। ଯାହାକି ଏମାନଙ୍କ ମଧ୍ୟରୁ ଶତକଡା ୮୦ ଭାଗ ଲୋକ ପିଏଚଡ଼ି ପାନୀୟ ଜଳ ଉପରେ ନିର୍ଭର କରନ୍ତି। କିନ୍ତୁ ସ୍ଥାନୀୟ ପିଏଚଡ଼ି ବିଭାଗ ଓ ଜିଲ୍ଲା ପିଏଚଡ଼ି ବିଭାଗ ଅଧିକାରୀ ମାନେ ଲୋକଙ୍କ ସମସ୍ୟା ପ୍ରତି ଅଣଦେଖା କରି ମନମୁଖୀ କାର୍ଯ୍ୟ ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହୋଇଛି ବୋଲି ସାଧାରଣରେ ଅଭିଯୋଗ ହେଉଛି। ଏହାର ପ୍ରତିବାଦରେ ଆଜି ସହରବାସୀ ପିଏଚଡ଼ି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ତୁରନ୍ତ ପାନୀୟ ଜଳ ଯୋଗାଣ ପାଇଁ ଦାବି କରିଛନ୍ତି।