ଓଡିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଜୁନାଗଡ ,୧୯/୧(ଗଣେଶରାମ ବାଗ) ଓଡିଶା ସୂଚନା ଅଧିକାର ଅଭିଯାନର କଳାହାଣ୍ଡି ଜିଲ୍ଲା ସ୍ତରୀୟ ସମ୍ମିଳନୀ ଓ ଦିନିକିଆ ପ୍ରଶିକ୍ଷଣ ଶିବିର ଜୁନାଗଡ଼ ସ୍ଥିତ ମୋନାର୍ଚ୍ଚ ପ୍ଲେସ ଠାରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ କାର୍ଯ୍ୟାଳୟ ଠାରେ ଲୁଚି ରହିଥିବା ଅନେକ ବିଷୟକୁ ଜନ ସାଧାରଣ କିପରି ଭାବରେ ଜାଣିପାରିବେ ସେଥିପାଇଁ ୨୦୦୫ ମସିହାରେ ସୂଚନା ଅଧିକାର ଆଇନ (ଆରଟିଆଇ) ପ୍ରଣୟନ ହୋଇଥିଲା । ଏହି ସୂଚନା ଅଧିକାର ଆଇନ ବଳରେ କିପରି ଭାବରେ ଜନ ସାଧାରଣ ସମସ୍ତ ବିଷୟ ଉପରେ ଜାଣି ପାରିବେ ସେ ବିଷୟ ଉପରେ ତାଲିମ ପ୍ରଦାନ କରାଯାଇଥିଲା । ଏହି ଶିବିରରେ ସାମ୍ବାଦିକ ତଥା ଆୟୋଜକ ତୁଳସୀରାମ ଛତ୍ରିଆଙ୍କ ସଭାପତିତ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍‌ ଭାବରେ ଓଡିଶା ସୂଚନା ଅଧିକାର ଅଭିଜାନର ରାଜ୍ୟ ଆବାହକ ପ୍ରଦୀପ କୁମାର ପ୍ରଧାନ ଏବଂ ଯୁଗ୍ମ ଆବାହକ ଶ୍ରୀକାନ୍ତ ପାକଲ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଥୁଆମୁଲ ରାମପୁର କଲେଜ ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ଡଚିନ୍ନା , ସମ୍ମାନୀତ ଅତିଥ୍‌ ଭାବରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ଆଇନଜୀବୀ ଓ ସମାଜ ସେବୀ ଦୁର୍ଗା ପ୍ରସାଦ ନାଏକ, ଆଇନଜୀବୀ ଓ ଯୁବ ସମାଜସେବୀ ଚିତ୍ତରଞ୍ଜନ ନିଆଁଲ, ସାମ୍ବାଦିକ ଆଦିତ୍ୟ ମହାନ୍ତି ମଞ୍ଚାସିନ ଥିଲେ I କେମିତି ସାଧାରଣ ଜନତା ଲୁକ୍କାୟିତ ତଥ୍ୟ ଜାଣିପାରିବେ , ସୂଚନା ଅଧୂକାର ଆଇନର କିଭଳି ସତ ବିନିଯୋଗ ହେବ ଏବଂ ଧାରା ୬ , ଧାରା ୮ , ଧାରା ୧୯ କଣ ଏଦିଗରେ ଓସା ର ଆବାହକ ତାଲିମ ପ୍ରଦାନ କରିଥିଲେ । ଉକ୍ତ ସମ୍ମିଳନୀରେ କଳାହାଣ୍ଡି ଜିଲ୍ଲାର କୋଣ ଅନୁକୋଣରୁ ଅନେକ ସମାଜିକ କର୍ମୀ, ଆଇନଜୀବୀ, ସାମ୍ବାଦିକ, ଶିକ୍ଷ୍ୟାବିତ, ରାଜନୀତିଜ୍ଞ ଉପସ୍ଥିତ ରହି ଅନେକ ବିଷୟ ଉପରେ ଆଲୋଚନା କରିଥିଲେ । ଏହି ଜିଲ୍ଲାସ୍ତରୀୟ ସମ୍ମିଳନୀ ଓ ଦିନିକିଆ ପ୍ରଶିକ୍ଷଣ ଶିବିରରେ ସାମ୍ବାଦିକ ପରମାନନ୍ଦ ଠାକୁର ମଞ୍ଚ ପରିଚାଳନା କରିଥିବା ବେଲେ ନିକୁଞ୍ଜ ବିହାରୀ ଚଲାନ, ସୁବୋଧ କୁମାର ରଣା, ନରେନ୍ଦ୍ର କ୍ଷିତି, ହେମନ୍ତ ନାଏକ, ତୁଲମଣି ନାଗ ,କ୍ଷୀର ସିନ୍ଧୁ ଗହୀର ପ୍ରମୂଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *