ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ

କଲମପୁର- ୨୦/୧(ଗଣେଶରାମ ବାଗ) କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ପରିସରରେ ଥିବା ଏସଜିଏସୱାଇ ସଭାଗୃହ ରେ କଳାହାଣ୍ଡି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି l ବିଡ଼ିଓ ବିଜୟ କୁମାର ମାଣ୍ଡାଙ୍ଗିଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଶିବିରରେ ସମୁଦାୟ ୨୦୯ଗୋଟି ଅଭିଯୋଗ ହୋଇଥିଲା । ସେଥିମଧ୍ୟରୁ ପ୍ରଧାନମନ୍ତ୍ରୀ ଆବାସ ଘର ପାଇଁ ୧୧୦, ଭତ୍ତା ପାଇଁ ୧୦ , ଅନ୍ୟାନ୍ୟ ୮୯ ବିଷୟରେ ଥିଲା। ଏଥିମଧ୍ୟରେ ସୀଙ୍ଗାରି ଘାଟି ରାସ୍ତାର ପ୍ରସସ୍ଥି କରଣ, କଲମପୁର ଠାରୁ ଜୁନାଗଡ ଅଙ୍କାବଙ୍କା ରାସ୍ତାର ପ୍ରଶସ୍ଥି କରଣ, ପ୍ରସ୍ତାବିତ ନୂତନ ଡାକ୍ତରଖାନା ପାଇଁ ଡାକ୍ତରଖାନା ସମ୍ମୁଖରେ ଥିବା ଜମି ପ୍ରଦାନ, କଲମପୁର ଠାରେ ଶବ ବ୍ୟବଛେଦ ଗୃହ ନିର୍ମାଣ, ରୋଗୀ ଶଯ୍ୟା ବୃଦ୍ଧି, ଅନଲାଇନ୍ ଜୁଆ ଖେଳକୁ ବନ୍ଦ କରିବା , ଖଣ୍ଡିଡଙ୍ଗରିଗୁଡ଼ା ବଙ୍କାପଲା ହାତୀନଦୀ ପୋଲ ନିର୍ମାଣ, ହାତୀନଦୀ ବନ୍ୟାଜଳ ପ୍ରବାହିତ ଅଞ୍ଚଳରେ ପଥର ପାହାଚ ନିର୍ମାଣ, ହିତାଧିକାରୀ ମାନଙ୍କୁ ଘରଡିହ ପଟ୍ଟାର ଜମି ଚିହ୍ନଟ, କଲମପୁର ଆଦର୍ଶ ଥାନାରେ ଖାଲି ପଡ଼ିଥିବା ପୋଲିସ ପଦବୀ ପୂରଣ, ଆବାସିକ ବାଳକ ବିଦ୍ୟାଳୟ ସ୍ଥାପନ, ନୂଆଗାଁ ମହିଳା ଗୋଷ୍ଠୀମାନଙ୍କ ଦ୍ବାରା ଗ୍ରାମରେ ଚାଲିଥିବା ବେଆଇନ ଦେଶୀ ଓ ବିଦେଶୀ ମଦ କୋଟି ଉଚ୍ଛେଦ, କୋଟାଗାଁ ମୁଖ୍ୟ ଆରଡି ରାସ୍ତାରେ ବେଆଇନ ଜବରଦଖଲ ହେତୁ ଅଣଓଷାରିଆ ହୋଇ ଯାତାୟତରେ ଅସୁବିଧାର ସମ୍ମୁଖୀନ ହେବା ସହ ଏଭଳି ମୋଟ ୨୦୯ ଟି ପ୍ରମୁଖ ଅଭିଯୋଗ ଗ୍ରହଣ କରାଯାଇଥିଲା l ନୂଆ ଗାଁର ଭିକେରାମ ଚଣ୍ଡୀକୁ ହୁଇଲ ଚେୟାର ପ୍ରଦାନ କରାଯାଇଥିଲା। ଶିବିରରେ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ସମେତ ଅନେକ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । ଶିବିରରେ ସମିତି ଉପାଧ୍ୟକ୍ଷ ଚିନ୍ତାମଣି ବେହେରା, ତହସିଲଦାର ସ୍ମରଣିକା ତୁଳ, ସିଡିପିଓ ନିର୍ବାସିନୀ ଦେଇ, ବିଭାଗୀୟ ଅଧିକାରୀ ବୈକୁଣ୍ଠ ବାଗ , ସହକାରୀ ଯନ୍ତ୍ରୀ କିରଣ କୁମାର ଷଣ୍ଢ , ବିଏସଏସଓ ଖିତିଶୁତା ମେହେର ସମେତ ସମସ୍ତ ବ୍ଲକ୍ କର୍ମଚାରୀ ଉପସ୍ଥିତ ଥିଲେ l କଲମପୁର ଥାନା ଅଧିକାରୀ ପ୍ରଦୀପ୍ତ କୁମାର କାନୁନଗୋଙ୍କ ସହିତ ଅନ୍ୟାନ୍ୟ ପୋଲିସ ଅଧିକାରୀ ମାନେ ଶିବିରରେ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ l

Leave a Reply

Your email address will not be published. Required fields are marked *