କେସିଙ୍ଗା ନଗର ବିଜେଡି ତରଫରୁ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ

କେସିଙ୍ଗା- ୨୬/୧ ସ୍ଥାନୀୟ ଏନ୍ଏସି ଅନ୍ତର୍ଗତ ୬ ନମ୍ବର ଓ୍ବାର୍ଡ ଗାନ୍ଧୀ ନଗର ଛକ ଠାରେ କେସିଙ୍ଗା ବିଜେଡି ପକ୍ଷରୁ ୭୬ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ନଗର ସଭାପତି ରମେଶ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏନ୍ଏସି ଚେୟାରମେନ ନୃପରାଜ ଯାଦବ, ଉପାଧ୍ୟକ୍ଷା ସରସ୍ବତୀ ସାହା, ସମସ୍ତ କାଉନସିଲର ବୃନ୍ଦ, ନଳିନ ପଟ୍ଟନାୟକ, ସିଲୁ ପରିଡାଙ୍କ ସମେତ ବହୁ ବିଜେଡି କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *