
ନର୍ଲା-୨୬/୧ (ପ୍ରଦୀପ କୁମାର ଗଉଡ) ନର୍ଲା ବ୍ଲକ ଉଲିକୁପା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଅଧ୍ୟକ୍ଷ ଭବାନୀ ପ୍ରସାଦ ନାଏକଙ୍କ ତତ୍ବାବଧାନରେ ବିଦ୍ୟାଳୟ ପରିସରରେ ଏକ ଦଶ ଦିନିଆ ବାଳିକା ଆତ୍ମ ସୁରକ୍ଷା ତାଲିମ ଶିବିର ଆୟୋଜିତ ହୋଇଯାଇଛି। ପ୍ରଶିକ୍ଷିକା ଭୂମିସୁତା ରାଉତ ଓ ପ୍ରମିଳା ସା ଛାତ୍ରୀମାନଙ୍କୁ ପ୍ରତିକୂଳ ପରିସ୍ଥିତିରେ ନିଜ ସୁରକ୍ଷା କେଉଁ ଉପାୟରେ କରାଯାଇ ପାରିବ ସେ ନେଇ ଶାରୀରିକ ଓ ବୌଦ୍ଧିକ ସ୍ତରରେ ତାଲିମ ପ୍ରଦାନ କରିଥିଲେ। ଅଧ୍ୟକ୍ଷ ଶ୍ରୀ ନାଏକଙ୍କ ତତ୍ବାବଧାନରେ କାର୍ଯ୍ୟକ୍ରମରେ ମାଷ୍ଟର ଟ୍ରେନର ବାଳିକାମାନଙ୍କୁ ବିଭିନ୍ନ କୈାଶଳ ଶିକ୍ଷା ପ୍ରଦାନ କରିଥିଲେ। ଶିବିରରେ ମୋଟ ୭୧ ଜଣ ବାଳିକା ଆତ୍ମ ସୁରକ୍ଷା ତାଲିମ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ସହଯୋଗ କରିଥିଲେ।