କେସିଙ୍ଗା- ୩୦/୧ କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ଆଉ ଦିନକ ପରେ ଆରମ୍ଭ ହେବ ବହୁ ପ୍ରତିକ୍ଷୀତ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ। ଫେବୃଆରୀ ୧ ତାରିଖ ଠାରୁ ୮ ତାରିଖ ପର୍ଯ୍ୟନ୍ତ କେସିଙ୍ଗା ଆଥେଲେଟିକ୍ ଓ କଲଚରାଲ୍ ଆସୋସିଏସନ ତରଫରୁ ସ୍ଥାନୀୟ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ନିକଟରେ ଥିବା ମିନି ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ। ଏହି ଟୁର୍ଣ୍ଣାମେଣ୍ଟରେ ସାରା ଭାରତବର୍ଷରୁ ସମୁଦାୟ ୮ ଟି ଦଳ ଭାଗ ନେବାର କାର୍ଯ୍ୟକ୍ରମ ରହିଛି। ପ୍ରାୟ ଶକ୍ତିଶାଳୀ ଫୁଟବଲ ଦଳ ଭାବେ ପରିଗଣିତ ଝାଡ଼ଖଣ୍ଡ, ବିଶାଖାପାଟଣା, ଛତିଶଗଡ ଓ ମହାରାଷ୍ଟ୍ର ମଧ୍ୟରେ ହେବ ଚିତ୍ତାକର୍ଷକ ପ୍ରତିଯୋଗିତା। ଆସନ୍ତା ୮ ତାରିଖରେ ହେବାକୁ ଥିବା ଫାଇନାଲ ଖେଳରେ ବିଜେତା ଚାମ୍ପିଅନ ଦଳକୁ ଟ୍ରଫି ସହ ନଗଦ ୫୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବା ସ଼ହ ଉପ ବିଜେତା ଦଳକୁ ଟ୍ରଫି ଏବଂ ୩୧ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଆସୋସିଏସନ୍ ସୂତ୍ରରୁ ପ୍ରକାଶ।