
କେସିଙ୍ଗା-୩୧/୧ ଗତକାଲି ଗୁରୁବାର କେସିଙ୍ଗା ଏନ୍ଏସିର ନୂତନ ନିର୍ବାହୀ ଅଧିକାରୀ ରୂପେ ଚିନ୍ମୟ ଆଚାର୍ଯ୍ୟ ( ଓଡ଼ିଶା ମ୍ୟୂନିସିପାଲିଟି ଆଡମିନିଷ୍ଟ୍ରେଟିଭ ସର୍ଭିସ୍ ) ଯୋଗ ଦେଇଛନ୍ତି। ସେ ଗତକାଲି ପୂର୍ବତନ ନିର୍ବାହୀ ଅଧିକାରୀ ପ୍ରଣବ ଚାନ୍ଦଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି। ଶ୍ରୀ ଆଚାର୍ଯ୍ୟ ଏହା ପୂର୍ବରୁ ତୁଷୁରା ଏନ୍ଏସି ର ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟକରି ବେଶ୍ ସୁନାମ ଅର୍ଜନ କରିଥିବା ବେଳେ ସହରବାସୀଙ୍କ ପ୍ରିୟ ଭାଜନ ହୋଇପାରିଥିଲେ। ତେବେ ବର୍ତ୍ତମାନ କେସିଙ୍ଗା ଏନ୍ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ସେ ସବୁର ସମାଧାନ ତାଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ! କିନ୍ତୁ ଶ୍ରୀ ଆଚାର୍ଯ୍ୟ ଜଣେ ସୁଦକ୍ଷ ଅଧିକାରୀ ହୋଇଥିବାରୁ ସେ ତାଙ୍କର ଚତୁରତା ବଳରେ ତାହାର ସମାଧାନ କରିପାରିବେ ବୋଲି ସହରବାସୀ ଆଶା କରିଛନ୍ତି।