ଲାଞ୍ଜିଗଡ଼ ବ୍ଲକରେ ହାତୀ ଆକ୍ରମଣ ଯୋଗୁଁ ବୃଦ୍ଧବୃଦ୍ଧାଙ୍କ ମୃତ୍ୟୁ

ଲାଞ୍ଜିଗଡ-୨/୨ କଳାହାଣ୍ଡି ଜିଲ୍ଲା ଦକ୍ଷୀଣ ବନଖଣ୍ଡ ବିଶ୍ବନାଥ ପୁର ରେଞ୍ଜର ଲାଞ୍ଜିଗଡ଼ ବ୍ଲକ ଅଧୀନସ୍ଥ ଲାଖବାହାଲି ପଞ୍ଚାୟତର କାଦମାଲି ଗାଁ ରେ ଗତକାଲି ରାତିରେ ହାତୀ ଆକ୍ରମଣ ଯୋଗୁଁ ଗୋଟିଏ ପରିବାରର ବୃଦ୍ଧବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି। ଗତକାଲି ରାତିରେ ଏହି ବୃଦ୍ଧବୃଦ୍ଧା ଶୋଇଥିବା ସମୟରେ ଗାଁ ରେ ହାତୀପଲ ପଶି ବହୁତ ଘର ଭାଙ୍ଗିବା ସହ ଆକ୍ରମଣ କରିଥିଲେ। ଏଣୁ କିଛି ପରିବାର ଜୀବନ ବିକଳରେ ଘର ଛାଡ଼ି ପଳାଇ ଯାଇଥିଲେ। ତେବେ ଏହି ବୃଦ୍ଧବୃଦ୍ଧା ଦ୍ବୟ ହୋଇପଡ଼ିଥିବାରୁ ଏମାନଙ୍କୁ ହାତୀ ଆକ୍ରମଣ କରି ସେମାନଙ୍କ ଶରୀର ଖଣ୍ଡ ବିଖଣ୍ଡ କରି ଏଣେ ତେଣେ ଫିଙ୍ଗି ଦେଇଥିବା ସୃଚନା ମିଳିଛି। ତେଣୁ ଦକ୍ଷୀଣ ବନଖଣ୍ଡ ବିଭାଗ ମୃତ ପରିବାରବର୍ଗଙ୍କୁ କ୍ଷତିପୂରଣ ଦେବାକୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *