ଧର୍ମଗଡ ଦେଶୀ ମଦଭାଟି ଲୁଟ୍ ଘଟଣାର ମାଷ୍ଟର ମାଇଣ୍ଡ ଫେରାର

କେସିଙ୍ଗା- ୨/୨ କଳାହାଣ୍ଡି ଜିଲ୍ଲା ଧର୍ମଗଡରେ ଥିବା ଦେଶୀ ମଦଭାଟିରୁ ଟଙ୍କା ଲୁଟ୍ ଘଟଣାରେ ଆନ୍ତଃରାଜ୍ୟ ଡକାୟତ ଦଳକୁ ରାଜ୍ୟ ପୋଲିସ୍ ଧରିଥିବା ଜଣାପଡିଛି। ସୂଚନା ଅନୁସାରେ ଗତ ୩୦ ତାରିଖରେ ଝାଡ଼ଖଣ୍ଡରୁ ୮ ଜଣିଆ ଡକାୟତ ଦଳ ଏକ ବୋଲେରୋ ଆସି ଧର୍ମଗଡ ଦେଶୀ ମଦଭାଟି କର୍ମଚାରୀମାନଙ୍କୁ ମାରଣାସ୍ତ୍ର ଦେଖାଇ ଟଙ୍କା ଲୁଟି ନେଇ ଏକ ଜଙ୍ଗଲ ରାସ୍ତାରେ ପୋତି ରଖିଥିଲେ। ଏକ ଅସମର୍ଥିତ ସୂତ୍ରରୁ ପ୍ରକାଶ ଏହି ଲୁଟ୍ ଟଙ୍କା ମଦଭାଟିରେ କାର୍ଯ୍ୟରତ କର୍ମଚାରୀଙ୍କୁ ଦରମା ଦେବା ପାଇଁ ରହିଥିବା ବେଳେ ଏଠାରେ ପୂର୍ବରୁ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ ଜାଣିଥିଲା। ତେଣୁ ଏହି କର୍ମଚାରୀ ଜଣକ ଆଉ କେତେକ ଡ଼କାୟତଙ୍କ ସହାୟତାରେ ଏଠାରୁ ଟଙ୍କା ଲୁଟି ନେବାରେ ସଫଳ ହୋଇଥିଲା। ଅନ୍ୟପକ୍ଷେ ପ୍ରଥମେ ରାଜ୍ୟ ପୋଲିସ ଡ଼ିଜିଙ୍କ ବୟାନୁସାରେ ୩ କୋଟି ୫୧ ଲକ୍ଷ ଟଙ୍କା ଲୁଟ୍ ଘଟଣା ଲୋକଲୋଚନକୁ ଆଣିଥିବା ବେଳେ ଆଜି ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର ଏକ ସାମ୍ବାଦିକ ସମ୍ମିଳନୀରେ ୨ କୋଟି ୬୦ ଲକ୍ଷ ଟଙ୍କା ଡକାୟତଙ୍କ ଏକ ବ୍ୟାଗ୍ ରୁ ଜବତ ହୋଇଥିଲା ବୋଲି କହିଥିଲେ । ତେବେ ଝାଡଖଣ୍ଡ ପୋଲିସ ସହାୟତାରେ ଏହି ୮ ଜଣ ଆନ୍ତଃରାଜ୍ୟ ଡକାୟତ ଦଳକୁ ଓଡିଶା ପୋଲିସ ଧରିବା ଏକ ବଡ଼ ସଫଳତା ବୋଲି କହିଥିଲା ବେଳେ ଜଣେ ଫେରାର ଥିବା ସୂଚନା ଦେଇଥିଲେ। ଅପର ପକ୍ଷରେ ଗଣମାଧ୍ୟମ ପ୍ରତିନିଧିମାନେ ଏତେ ଟଙ୍କା କେଉଁଠୁ ଆସିଲା ବୋଲି ଆଇଜି ଶ୍ରୀ ଶେଖରଙ୍କୁ ପଚାରିବାରୁ ସେ ଆୟକର ବିଭାଗକୁ ଏହାର ତଦନ୍ତ ପାଇଁ କୁହାଯିବ ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *