
କେସିଙ୍ଗା- ୫/୨ ଆଜି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଉଚ୍ଚ ବିଦ୍ୟାପୀଠ ପଡିଆରେ ଓଡ଼ିଶା ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ‘ବିକଶିତ ଗାଁ ବିକଶିତ ଓଡିଶା’ ର ଶୁଭାରମ୍ଭ ହୋଇଯାଇଛି। କେସିଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେପି ସଭାପତି ଯୁଗଳ କିଶୋର ପୋଢ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ପୋଢ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଗ୍ରାମାଞ୍ଚଳ ଲୋକଙ୍କ ଅଭିବୃଦ୍ଧି ହାର ବଢ଼ିଲେ ଆମ ରାଜ୍ୟର ବିକାଶ ଘଟିବ। ଏହାକୁ ଲକ୍ଷ୍ୟରେ ରଖି ଆମର ପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଆଜି ଖୋର୍ଦ୍ଧା ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହାର ଶୁଭ ଉଦ୍ଘାଟନ କରିଥିଲା ବେଳେ ଆମ ରାଜ୍ୟର ପ୍ରତି ଜିଲ୍ଲା ଓ ବ୍ଲକ ମୂଖ୍ୟ କାର୍ଯ୍ୟାଳୟ ମାନଙ୍କରେ ଭର୍ଚୁଆଲ ମୋଡ୍ ରେ ଉଦ୍ଘାଟନ କରିଥିଲେ। ଏହି ଉପଲକ୍ଷେ କେସିଙ୍ଗା ବ୍ଲକ ପ୍ରଶାସନ ପକ୍ଷରୁ କେସିଙ୍ଗା ବିଦ୍ୟାପୀଠ ପଡିଆରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ବିଡ଼ିଓ ସିଦ୍ଧେଶ୍ୱର ମେହେର ପରିଚାଳନା କରିଥିବା ବେଳେ ଜିଲ୍ଲାସ୍ତରୀୟ ଓ ସ୍ଥାନୀୟ ନଗର ଏବଂ ବ୍ଲକସ୍ତରୀୟ ବିଜେପି ନେତାମାନେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଙ୍ଗନୱାଡ଼ି କର୍ମୀ, ମହିଳା ଗୋଷ୍ଠୀ, ସିଆରପି, ଏମବିକେ, ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ ଓ ସ୍ଥାନୀୟ ପୋଲିସ ଉପସ୍ଥିତ ଥିଲେ। ଜ୍ଞାନେନ୍ଦ୍ର ଭୋଇ ମଞ୍ଚ ପରିଚାଳନା କରିଥିଲେ।