କେରୋକୁଡା ଆଶ୍ରମ ବିଦ୍ୟାଳୟରେ ଏସଏଚଜି ଦ୍ବାରା ମଧ୍ୟାହ୍ନ ଭୋଜନ ଦେବାରେ ମନମୁଖୀ କାର୍ଯ୍ୟ

ମଧ୍ୟାହ୍ନ ଭୋଜନ ଦାୟିତ୍ୱରୁ ଏସଏଚଜି ଗ୍ରୁପ୍ କୁ ହଟାଇବା ପାଇଁ ସ୍କୁଲ କମିଟୀ ପକ୍ଷରୁ ବିଇଓଙ୍କ ନିକଟରେ ଦାବି

କେସିଙ୍ଗା,୬/୨ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଗାଈଗାଁ ପଞ୍ଚାୟତ ଅଧୀନରେ ଥିବା କେରୋକୁଡା ସରକାରୀ ଆଶ୍ରମ ବିଦ୍ୟାଳୟରେ ପ୍ରିୟଦର୍ଶନୀ ମହିଳା ମଣ୍ଡଳ ନାମକ ଏସ ଏଚ ଜି ଗ୍ରୁପ ମଧ୍ୟାହ୍ନ ଭୋଜନ ଦେବାରେ ମନମୁଖୀ କରୁଥିବା ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ ଉକ୍ତ ଆଶ୍ରମ ସ୍କୁଲରେ ପ୍ରିୟଦର୍ଶନୀ ମହିଳା ମଣ୍ଡଳ ଏସ ଏଚ ଜି ଗ୍ରୁପ ର ମନମୁଖୀ କାର୍ଯ୍ୟ ଲାଗି ଗତକାଲି ବୁଧବାର ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ ଘଣ୍ଟାଏ ବିଳମ୍ବରେ ଖାଇଛନ୍ତି | ଦୀର୍ଘ ଦୁଇବର୍ଷରୁ ଉର୍ଦ୍ଧ୍ୱ ହେବ ଉକ୍ତ ଆଶ୍ରମ ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ରୋଷେଇ ପାଇଁ ଦାୟିତ୍ୱ ନେଇଥିବା ସ୍କୁଲ ଅଫିସ ରିଜୁଲେସନ ଖାତାରେ ଦେଖିବାକୁ ମିଳିଛି। ହେଲେ ଅନେକ ଥର ଏହି ଏସ ଏଚ ଜି ଗ୍ରୁପ ର ମନମୁଖୀ ପାଇଁ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଠିକ୍ ସମୟରେ ନ ଦେଇ ବିଳମ୍ବରେ ଖାଇବାକୁ ଦିଆଯାଉ ଥିବା ନେଇ ଅଭିଯୋଗ ହୋଇଛି । ଆଗରୁ ଖାଦ୍ୟ ଅବ୍ୟବସ୍ଥାକୁ ନେଇ ପ୍ରଧାନ ଶିକ୍ଷକ ଏବଂ ସ୍କୁଲ କମିଟୀ ପକ୍ଷରୁ ଏସ ଏଚ ଜି ଗ୍ରୁପ କୁ ତାଗିଦ୍ କରାଯାଇଥିବା ସ୍କୁଲ କମିଟୀ ସଭାପତି ପ୍ରକାଶ କରିଛନ୍ତି | କିନ୍ତୁ ଗତକାଲି କମିଟୀ ସଭାପତି ଘୁଟୁ ଦୁର୍ଗା ସ୍କୁଲକୁ ଅଚାନକ ଗସ୍ତ କରିଥିବା ବେଳେ ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ ନଖାଇ ଛିଡା ହୋଇଥିବା ଦେଖି ସ୍କୁଲ ପ୍ରଧାନ ଶିକ୍ଷକ ଏବଂ ଏସ ଏଚ ଜି ଗ୍ରୁପକୁ ପଚାରିଥିଲେ | ହେଲେ କାଠ ଅଭାବ ଯୋଗୁଁ ତରକାରୀ ହୋଇନାହିଁ ବୋଲି ଜାଣିବାକୁ ପାଇଥିଲେ | ଏହି ବିଷୟକୁ ନେଇ ସ୍କୁଲ ପରିଚାଳନା କମିଟୀ ସଭାପତି କେସିଙ୍ଗା ଗୋଷ୍ଠୀ ଶିକ୍ଷା ଅଫିସରେ ପୂର୍ବରୁ ଅନେକ ଥର ଫୋନ ଯୋଗେ ଜଣାଇଥିବା ବେଳେ ପୁଣି ଗତକାଲି ଅଭିଯୋଗ କରିଥିବା ପ୍ରକାଶ କରିଛନ୍ତି |

1

  1. ↩︎

Leave a Reply

Your email address will not be published. Required fields are marked *