ସେଲଫି ନେଲା ଜୀବନ

ଭବାନୀପାଟଣା-୧୨/୨ ଗତ ରବିବାର କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପର୍ଯ୍ୟଟନ ସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରା ଜଳ ପ୍ରପାତ ରୁ ସେଲଫି ନେବା ବେଳେ ୨ ଜଣ ଯୁବକ ଙ୍କ ମଧ୍ୟରୁ ଜଣେ ମୃତ୍ୟୁମୁଖରେ ପଡ଼ିଥିବା ଖବର ମିଳିଛି। ସୂଚନାରୁ ପ୍ରକାଶ ଯେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତୁମେରମୁଣ୍ଡା ଗ୍ରାମର ଦୁଇ ଜଣ ଯୁବକ ଗତ ରବିବାର ଗୁଡହାଣ୍ଡି ଡୋକରୀଚଞ୍ଚରା ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ଆସିଥିଲେ। କିନ୍ତୁ ଯୁବକ ଦ୍ବୟ ଡୋକରୀଚଞ୍ଚରା ଜଳ ପ୍ରପାତର ୪୦ ଫୁଟ ଉଚ୍ଚରୁ ସେଲଫି ନେବାବେଳେ ସେମାନଙ୍କ ମଧ୍ୟରୁ ଅବିନାଶ ପରଝା ଜଳ ପ୍ରପାତର ମଧକୁ ଖସିପଡିବା ପରେ ନିଖୋଜ ହୋଇଯାଇଥିଲା । ଏହାପରେ ତାକୁ ସେହି ଜଳ ପ୍ରପାତରୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ। ଗତ ସୋମବାର ଦିନ କୋକସରା ବ୍ଲକ ଅଗ୍ନିଶମ ବିଭାଗର ଓଆଇସି ପ୍ରଶାନ୍ତ ବାଗଙ୍କ ନେତୃତ୍ବରେ ଦମକଳ ବାହୀନିର ଯବାନମାନେ ବହୁ ଖୋଜିଥିଲେ ମଧ୍ୟ ପାଇନପାରି ଫେରିଯାଇଥିଲେ। ତା’ପର ଦିନ ମଙ୍ଗଳବାର ସକାଳୁ ଅକ୍ଳାନ୍ତ ପରିଶ୍ରମ କରି ଖୋଜାଖୋଜି କରିବା ପରେ ଦିନ ପ୍ରାୟ ୧ ଟା ବେଳେ ଶ୍ରୀ ପରଝାଙ୍କ ମୃତ ଶରୀର ପାଇଥିଲେ। ଏହାପରେ ଆମପାଣି ଥାନାକୁ ମୃତ ଶରୀର ହସ୍ତାନ୍ତର ପରେ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ କୋକସରା ସରକାରୀ ଡାକ୍ତରଖାନାକୁ ପଠାଇଥିଲେ। ଶବ ବ୍ୟବଚ୍ଛେଦ ପରେ ଆମପାଣି ପୋଲିସ ମୃତ ଶରୀରକୁ ତା’ର ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ତେବେ ମୃତ ଶ୍ରୀ ପରଝାଙ୍କ ବାପା ଜଣେ ଗରିବ ଲୋକ ହୋଇଥିବାରୁ ସେ ସରକାରୀ ସହାୟତା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *