ଭାରପ୍ରାପ୍ତ ଜିଡିପିଓ ପଦରୁ ବିଦା ହେଲେ ଲେମ୍ବୁ ଶିଖା

କେସିଙ୍ଗା-୧୩/୨ କେସିଙ୍ଗା ବ୍ଲକର ଭାରପ୍ରାପ୍ତ ଜିପିଡିଓ ଲମ୍ବୁ ଶିଖାଙ୍କୁ ତାଙ୍କ ପଦବୀରୁ ଆଜି ବ୍ଲକ କର୍ତ୍ତୃପକ୍ଷ ଅବ୍ୟାହତି ଦେଇଥିବା ଜଣାପଡିଛି। ସୂଚନାରୁ ପ୍ରକାଶ ଯେ ଶ୍ରୀ ଶିଖା ଚାଞ୍ଚେର ଓ ଉତ୍କେଳା ପଞ୍ଚାୟତର ପିଇଓ ଥିଲାବେଳେ ସିଏଫସି/ଏସଏଫସି ଅନୁଦାନ କାରବାରରେ ବ୍ୟାପକ ଅନିୟମିତତା କରିଥିବା ଅଭିଯୋଗରେ ଗତକାଲି କଳାହାଣ୍ଡି ଜିଲ୍ଲାପାଳ ତାଙ୍କୁ ସୋ କଜ୍ ନୋଟିସ ଦେଇ ୧୫ ଦିନ ଭିତରେ ଏହାର ସ୍ପଷ୍ଟିକରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ବିଡ଼ିଓ ସିଦ୍ଧେଶ୍ୱର ମେହେର କାର୍ଯ୍ୟାଳୟ ଚିଠି ନଂ ୫୩୬/ ତା. ୧୩.୦୨.୨୦୨୫ ରିଖରେ ଶ୍ରୀ ଶିଖାଙ୍କୁ ଭାରପ୍ରାପ୍ତ ଜିପିଡିଓ ପଦବୀରୁ ବିଦା କରିଦେଇଥିବା ଜଣାପଡିଛି। ଶ୍ରୀ ଶିଖାଙ୍କ ସ୍ଥାନରେ ପିଇଓ ପ୍ରେମଚାନ୍ଦ ରଣାଙ୍କୁ ଭାରପ୍ରାପ୍ତ ଜିପିଡିଓ ଭାବେ ନିଯୁକ୍ତି ଦେଇଥିବା ଖବର ମିଳିଛି।

Leave a Reply

Your email address will not be published. Required fields are marked *