ଉତ୍କେଲା ଏୟାର ଷ୍ଟ୍ରିପ୍ ପଛପଟ ଗଛରେ ଜଣଙ୍କର ଆତ୍ମହତ୍ୟା

କେସିଙ୍ଗା-୧୯/୨ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ଉତ୍କେଳା ଗ୍ରାମର ଜଣେ ଯୁବକ ଗତକାଲି ରାତିରେ ଏୟାର ଷ୍ଟ୍ରିପ୍ ପଛପଟ ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଉତ୍କେଳା ଫାଣ୍ଡି ଓ କେସିଙ୍ଗା ଆଦର୍ଶ ଥାନା ପୁଲିସ ସୂତ୍ରରୁ ପ୍ରକାଶ। ମୃତକ ସୁରେଶ ଦୋରା (୪୨) ଉତ୍କେଳା ଫାଣ୍ଡି ଅଧିକାରୀଙ୍କର ଜଣେ ସମ୍ପର୍କୀୟ ବୋଲି ସାଧାରଣରେ କୁହାଯାଉଛି। କିନ୍ତୁ ମୃତକ ଗଛରେ ଝୁଲୁଥିବାର ପାରିପାର୍ଶ୍ବିକ ଅବସ୍ଥିତିକୁ ଦେଖି ଏହା ଏକ ଆତ୍ମହତ୍ୟା ନୁହେଁ ବୋଲି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଆଜି ବିଳମ୍ବ ହେବା ଯୋଗୁଁ ଶବ ବ୍ୟବଚ୍ଛେଦ ହୋଇପାରିନାହିଁ ବୋଲି ଉତ୍କେଳା ଫାଣ୍ଡି ଏସଆଇ ଶ୍ରୀ ଦୋରା ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *