
କେସିଙ୍ଗା- ୧୯/୨ କେସିଙ୍ଗା ବ୍ଲକ ଅଧୀନସ୍ଥ ତୁର୍ଲାଖମନ ଗ୍ରାମର କୁଇକଟା ଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଗୋଟିଏ ଗାଧୁଆ ତୁଠ ନିର୍ମାଣ ପାଇଁ ୨ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟ ଅଟକଳ ହୋଇଥିଲା। ଗୋଟିଏ ଗାଧୁଆ ତୁଠ ନିର୍ମାଣ ପାଇଁ ଦୁଇ ଜଣ ଠିକାଦାର ଦୃଢ ଇଚ୍ଛା କରିବାରୁ ଅଳ୍ପ ବ୍ୟବଧାନରେ ଦୁଇଟି ଗାଧୁଆ ତୁଠ ନିର୍ମାଣ କରିଥିଲେ। ଏହା ଡିପାର୍ଟମେଣ୍ଟାଲ କାମ ହୋଇଥିଲା ବେଳେ ସଂପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ବିନା ଲେ ଆଉଟ୍ ଓ ବିନା ତଦାରଖରେ ଏହି ଦୁଇଟି ଗାଧୁଆ ତୁଠ ନିର୍ମାଣ ସମୟରେ ନିମ୍ନମାନର କାମ ହୋଇଥିବା ଯୋଗୁଁ ଅଳ୍ପ ଦିନରେ ଗୋଟିଏ ଗାଧୁଆ ତୁଠ ଭାଙ୍ଗି ଯାଇଥିବା ଅଭିଯୋଗ ହେବା ସହିତ ଦେଖିବାକୁ ମଧ୍ୟ ମିଳିଛି। ନିମ୍ନମାନର କାମ ଯୋଗୁଁ ଗୋଟିଏ ଗାଧୁଆ ତୁଠ ଭାଙ୍ଗି ଯାଇଥିବାରୁ ପୂର୍ବତନ ବିଡ଼ିଓ କଳାହାଣ୍ଡି ଜିଲ୍ଲା ପରିଷଦର (ଏପିଡି ଟେକ୍ନିକାଲ) ଟିମ୍ ଏହାର ମାନ ଯାଞ୍ଚ କରି ଗୋଟିଏ ଗାଧୁଆ ତୁଠର ପେମେଣ୍ଟ କରିବାକୁ ଅର୍ଡର ସିଟ୍ ରେ ଉଲ୍ଲେଖ କରିଥିବା ବିଶେଷ ସୂତ୍ରରୁ ପ୍ରକାଶ।
