ନୂଆପଡା-୨୨/୨ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଘୁଚାଗୁଡା ଗ୍ରାମ ପଞ୍ଚାୟତର ପିଇଓ ସତ୍ୟବ୍ରତ ବରାଳ ଓ ତାଙ୍କ ଭାଇ ଉତ୍ତମ ବରାଳ ଦୁହେଁ ସରକାରୀ ଅର୍ଥ ଆତ୍ମସାତ ମାମଲାରେ ଆଜି ସ୍ପେଶାଲ ଜଜ୍ ଭିଜିଲାନ୍ସ, ଭବାନୀପାଟଣା ଦୋଷୀ ସାବ୍ୟସ୍ତ କରିବା ପରେ ଓଡ଼ିଶା ଭିଜିଲାନ୍ସ ସେମାନଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛନ୍ତି। ସୂଚନାରୁ ପ୍ରକାଶ ଯେ ୨୦୨୪-୨୫ ଆର୍ଥିକ ବର୍ଷରେ ସିଏଫସି/ଏସଏଫସି ଫଣ୍ଡରେ ହାଇମାଷ୍ଟ ଲାଇଟ୍ ସ୍ଥାପନ, ଷ୍ଟ୍ରିଟ୍ ଲାଇଟ୍ ମରାମତି ଓ ପରିଚାଳନା କାମ ନକରିବା ଏବଂ ପାର୍କରେ ଆଉଟ୍ ଡୋର ଜିମ୍ନାସିମ୍ ଲାଗି ବିଭିନ୍ନ ସାମଗ୍ରୀ କ୍ରୟ ନକରି ସେ ବାବଦ ଆସିଥିବା ୭ ଲକ୍ଷ ୨୦ ହଜାର ୯୮୧ ଟଙ୍କା ଆତ୍ମସାତ ଅଭିଯୋଗ ହୋଇଥିଲା। ଏହି ଘଟଣାରେ କୋମନା ବ୍ଲକ କୁରେଶ୍ଵର ଗ୍ରାମ ପଞ୍ଚାୟତର ସରପଞ୍ଚ ବିଜୟାଲକ୍ଷ୍ମୀ ବରାଳ ଓ ପିଇଓ ବରୁଣ ଦାସ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ରେ କୋରାପୁଟ ଭିଜିଲାନ୍ସ କେସ୍ ନଂ ୪/ ତା ୨୧ . ୨. ୨୦୨୫ ରେ ୟୁ/ଏସ ୧୩(୨) ଆରଡବ୍ଲୁ ୧୩(୧)(ଏ) ପିସି ଆମେଣ୍ଡ-ମେଣ୍ଟ ଆକ୍ଟ ୨୦୧୮/୩୧୬(୫)/୬୧ ବିଏନଏସରେ ମାମଲା ରୁଜୁ କରି ସତ୍ୟବ୍ରତ ବରାଳ ଓ ଉତ୍ତମ ବରାଳଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।