ଭୁଲ୍ ତଥ୍ୟ ଦେଇ କେଉଁ ସ୍ବାର୍ଥରେ ଦୁର୍ନୀତିକୁ ଘଣ୍ଟ ଘୋଡାଯାଉଛି !

କେସିଙ୍ଗା- କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅଧୀନସ୍ଥ ଲଇତରା ପଞ୍ଚାୟତର ରେତନଦୀ କୂଳରେ ଜନୈକ ବ୍ୟକ୍ତି ପ୍ରାୟ ୪ ଏକରରୁ ଉର୍ଦ୍ଧ୍ବ ଖାଲୁଆ ଜମିରେ ପାଖାପାଖି ୫ ଫୁଟ ମାଟି ପୋତିବା ବାବଦ କେତେ ରୟାଲିଟ୍ ଆଦାୟ କରାଯାଇଛି ସେନେଇ ଜିଲ୍ଲାପାଳଙ୍କ ଜନଶୁଣାଣୀ ପ୍ରକୋଷ୍ଠରେ ଗତ ଜାନୁଆରୀ ୨୭ ତାରିଖରେ ଅଭିଯୋଗ ହୋଇଥିଲା। ଜିଲ୍ଲାପାଳ ଅଭିଯୋଗ ପାଇ କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନଙ୍କୁ ବୁଝିବାକୁ ଦାୟିତ୍ବ ଦେଇଥିଲେ । ଏହାର ୨/୩ ପରେ ଅଭିଯୋଗକାରୀ ତହସିଲ କାର୍ଯ୍ୟାଳୟକୁ ଯାଇ ଉକ୍ତ ଅଭିଯୋଗ ବିଷୟରେ ତହସିଲଦାରଙ୍କୁ ପଚାରିଥିଲେ। ତାପରେ ତହସିଲଦାର କହିଲେ ସେ ଲୋକ ଠାରୁ ଜରିମାନା ଆଦାୟ କରାଯାଇଛି ବୋଲି କହି ଜିଲ୍ଲା ଉପ ଖଣି ନିର୍ଦ୍ଦେଶାଳୟର ଏକ ରସିଦ ନଂ ୩୮୩୦୩୮୬ ରେ ଖାତା ନଂ ୭୨ ଓ ପ୍ଲଟ୍ ନଂ ୧୫୨୮ ଉପରେ ବ୍ରହ୍ମା କୁମାର ଗୋଏଲଙ୍କ ଠାରୁ ୧ ଲକ୍ଷ ୨୬ ହଜାର ୨୭୩ ଟଙ୍କାର ରସିଦ ଅଭିଯୋଗ – କାରୀଙ୍କ ହ୍ବାଟସ ଆପ୍ କୁ ପଠାଇଥିଲେ।

Leave a Reply

Your email address will not be published. Required fields are marked *