ଦେଣ୍ଡୋଗୁଡାରେ ଗୋଷ୍ଠୀ ପାଇଖାନା ନିର୍ମାଣରେ ଦୁର୍ନୀତି ଅଭିଯୋଗ

କେସିଙ୍ଗା- ୨୬/୨( ମନୋଜ ପୋଡ଼) କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଲଇତରା ଗ୍ରାମପଞ୍ଚାୟତ ଦେଣ୍ଡୋଗୁଡା ଗ୍ରାମର ପୁରୁଣାପଡା ଠାରେ ନିର୍ମାଣ ହେଉଥିବା ଗୋଷ୍ଠୀ ପାଇଖାନା ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ ଯେ ୨୦୨୪-୨୫ ଆର୍ଥିକ ବର୍ଷରେ ସ୍ବଚ୍ଛ ଭାରତ ମିଶନ୍ ଅନୁଦାନରୁ ୩ ଲକ୍ଷ୍ୟ ଟଙ୍କା ବ୍ୟୟ ଅଟକଳ ରେ ନିର୍ମାଣଧୀନ ଗୋଷ୍ଠୀ ପାଇଖାନା ନିମ୍ନମାନର କାର୍ଯ୍ୟ ଯୋଗୁଁ କାନ୍ଥର ତଳପଟେ ଫାଟି ଆଁ କରିଥିବା ବେଳେ ୬ ଇଞ୍ଚ ବି ଗାତ ଖୋଳା ନ ଯାଇ ପିଲର ସବୁ ଛିଡ଼ା କରିଦେଇ ଇଟା ଯୋଡ଼ି କାନ୍ଥ କରାଯାଇଛି। ଏ ସଂପର୍କରେ ଗ୍ରାମବାସୀ କନିଷ୍ଠ ଯନ୍ତ୍ରୀଙ୍କୁ ଫୋନ୍ କରି ଅଭିଯୋଗ କଲେ ମଧ୍ୟ ଶୁଣୁନାହାନ୍ତି। ଓଲଟା ଫୋନ୍ କଲେ ଫୋନ୍ କାଟି ଦେଉଛନ୍ତି। ତେବେ ଏନେଇ କେତେକ ଗଣମାଧ୍ୟମ ପ୍ରତିନିଧି ପଚାରିବା ପାଇଁ ଜେ.ଇ ଙ୍କୁ ଫୋନ କଲେ ମଧ୍ୟ ଫୋନ୍ କାଟି ଦେଉଛନ୍ତି। ଅନ୍ୟପକ୍ଷେ ଏହି କାମର ତଦାରଖ ପାଇଁ ଗୋଟିଏ ବି ଦିନ ତେଦେଖିବାକୁ ଆସିନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏପରିକି ସୂଚନା ଫଳକ ସ୍ବତନ୍ତ୍ର ଭାବେ ଲଗାନଯାଇ ପାଖରେ ଥିବା ଏକ କ୍ଲବ ଘର କାନ୍ଥରେ ଲେଖାଯାଇଛି । ଏ ବିଷୟରେ ଅନେକ ଥର ଖବର ପ୍ରସାରଣ ପରେ ବି ପ୍ରଶାସନ ଚୁପ୍ ରହିବା ସନ୍ଦେହ ଘେରକୁ ଆସିଛି। କାମ ଆରମ୍ଭରୁ ଜଦି ଏପରି ନିମ୍ନମାନର କାମ ହେବ ତା ହେଲେ କାମ ଶେଷ ହେଉ ହେଉ ସବୁ ଭୁଶୁଡ଼ି ପଡ଼ିବ । ଏହି କାର୍ଯ୍ୟର ତଦାରଖ କରୁଥିବା ଜେଇଙ୍କୁ ପଚାରିବାରୁ ସୂଚନାଫଳକ ବୋର୍ଡ ତିଆରି କରିବା ପାଇଁ ସେଠାରେ ଯାଗା ନାହିଁ ବୋଲି କହିଥିଲେ। କିନ୍ତୁ ଉକ୍ତ ପାଇଖାନା ପାଖରେ ବହୁତ ଜାଗା ଥିଲେ ମଧ୍ୟ ସୂଚନାଫଳକ ନ ଲଗାଯାଇ କିଛି ଅର୍ଥ ବଞ୍ଚାଇବା ପାଇଁ କାମରେ ବ୍ୟାପକ ଦୁର୍ନୀତି ହୋଇଥିବାରୁ ତୁରନ୍ତ ତଦନ୍ତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *