
କେସିଙ୍ଗା-୪/୩ ରାଜ୍ୟସଭା ସାଂସଦ ସୁଜିତ କୁମାର କେସିଙ୍ଗା ହସ୍ପିଟାଲ ପାଇଁ ଏକ ଶବ ବାହକ ତଥା ସ୍ବର୍ଗରଥ ଆମ୍ବୁଲାନ୍ସ ଗାଡି ତାଙ୍କ ଅନୁଦାନ ପାଣ୍ଠିରୁ ପ୍ରଦାନ କରିଛନ୍ତି। ରାଜ୍ୟସଭା ସାଂସଦଙ୍କ ଏଭଳି ମହତ୍ କାର୍ଯ୍ୟ ପାଇଁ କେସିଙ୍ଗା ଓକିଲ ସଂଘ ସଭାପତି ଚିତ୍ତରଞ୍ଜନ ଭୋଇ, ଚେମ୍ବର ଅଫ କମର୍ସ ସଭାପତି ଅନୀଲ ଜୈନ, ପୂର୍ବତନ ନଗରପାଳ ରାମ କୁମାର ଜୈନଙ୍କ ସମେତ ସହରର ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ସାଂସଦ ଶ୍ରୀ କୁମାରଙ୍କୁ ତାଙ୍କର ମହତ୍ କାର୍ଯ୍ୟ ପାଇଁ ସାଧୁବାଦ ଜଣାଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଏହି ସିଏଚସି ଉପରେ କେସିଙ୍ଗା ବ୍ଲକ ସହିତ ନର୍ଲା, କର୍ଲାମୁଣ୍ଡା ଆଦି ଅଞ୍ଚଳର ଗରିବ ଲୋକେ ସ୍ବାସ୍ଥ୍ୟସେବା ପାଇଁ ନିର୍ଭର କରିଥାନ୍ତି। ହେଲେ ମୃତ ରୋଗୀମାନଙ୍କ ଶବ ନେବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। କିନ୍ତୁ ରାଜ୍ୟସଭା ସାଂସଦ ଶ୍ରୀ କୁମାର ଆଜି କେସିଙ୍ଗା ହସ୍ପିଟାଲକୁ ଏକ ସ୍ବର୍ଗରଥ ଆମ୍ବୁଲାନ୍ସ ପ୍ରଦାନ କରିବା ଫଳରେ ଦୂରଦୂରାନ୍ତକୁ ଶବ ନେବାରେ ଆଉ ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ତେଣୁ ସାଧାରଣରେ ସାଂସଦଙ୍କୁ ଉଚ୍ଚ ପ୍ରଶଂସା କରାଯାଇଛି।