ଜିଲ୍ଲାପାଳଙ୍କ କାରଣ ଦର୍ଶାଅ ନୋଟିସ୍ ଚାପି ହୋଇଗଲା କି ନାଲିଫିତା ତଳେ !

କେସିଙ୍ଗା- ୧୨/୩ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଚାଞ୍ଚେର ଓ ଉତ୍କେଳା ଗ୍ରାମ ପଞ୍ଚାୟତର ପୂର୍ବତନ ପିଇଓ ଲମ୍ବୁ ଶିଖା ୨୦୨୨-୨୩ ରୁ ୨୪.୯.୨୦୨୪ ପର୍ଯ୍ୟନ୍ତ ୧୪ ଓ ୧୫ଦଶ ସିଏଫସି ଓ ୪ର୍ଥ ଓ ୫ମ ଏସଏଫସି ଅନୁଦାନର ପାଖାପାଖି ୧ କୋଟି ଦୂରୁପଯୋଗ କରିଥିବା ନେଇ ବ୍ଲକ ଫାଇନାନ୍ସ ଅଫିସର ତଦନ୍ତ ରିପୋର୍ଟରୁ ହେରଫେର ହୋଇଥିବା ଜଣାପଡିଥିଲା। କାରଣ କ୍ୟାସ୍ ବୁକ୍ ଓ ପାସ୍ ବୁକ୍ ମଧ୍ୟରେ ତାଳମେଳ ରହୁନଥିଲା। ବ୍ଲକ ଫାଇନାନ୍ସ ଅଫିସର ଏହାର ତଦନ୍ତ ରିପୋର୍ଟ ପୂର୍ବତନ ବିଡ଼ିଓଙ୍କୁ ଦେଲାପରେ ସେ ତା ୧୫.୧୦.୨୦୨୪ ରିଖରେ ତଦନ୍ତ ରିପୋର୍ଟର ନକଲ ଜିଲ୍ଲାପାଳଙ୍କ ନିକଟକୁ ପଠାଇଥିଲେ। ଜିଲ୍ଲାପାଳ ଏହି ରିପୋର୍ଟ ପାଇଲା ପରେ ଗତ ତା ୧୨.୦୨.୨୦୨୫ ରେ ଏହି ଆର୍ଥିକ ଅନିୟମିତତାର କାରଣ ଦର୍ଶାଅ ନୋଟିସ୍ ଜାରି କରି ୧୫ ଦିନ ଭିତରେ ଏହାର ସ୍ପଷ୍ଟିକରଣ ଦେବାକୁ ଲମ୍ବୁ ଶିଖାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ୧୫ ଦିନ ଯାଇ ଆଜକୁ ଏକ ମାସ ପୂରିଲା ଶ୍ରୀ ଶିଖା ଏହାର ସ୍ପଷ୍ଟିକରଣ ଦେଲେ କି ନାହିଁ, ତାହା ଅନ୍ଧାର ଭିତରେ ରହିଛି। ପୁନଶ୍ଚ ଶ୍ରୀ ଶିଖା ଉତ୍କେଳା ପଞ୍ଚାୟତର ପିଇଓ ଥିଲାବେଳେ ପଞ୍ଚାୟତ ପୋଖରୀରେ ମାଛଚାଷ ବାବଦ ଜଗଦମ୍ବା ଏସଏଚଜି ମହିଳାମାନଙ୍କ ଠାରୁ ୧ ଲକ୍ଷ ୧୬ ହଜାର ୩୦୦ ଟଙ୍କା ନେଇ ତାକୁ କୈାଣସି ବ୍ୟବସାୟିକ ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସରେ ଜମା ନକରି ନିଜ ପାଖରେ ରଖିବା ଏବଂ ଷ୍ଟ୍ରିଟ୍ ଲାଇଟ୍ ଲଗାଇବାରେ ବ୍ୟାପକ ଅର୍ଥ ବାଟମାରଣା କରିବା ଏବଂ ଉତ୍କେଳା ବସ୍ ଷ୍ଟପ୍ ନିକଟରେ ଏକ ଅମୃତ ଧାରା ପ୍ରକଳ୍ପ ନିର୍ମାଣ ସରିଲା ପରେ ସଂପୃକ୍ତ ଠିକାଦାରଙ୍କୁ ୨ ଲକ୍ଷ ୮୦ ହଜାର ଟଙ୍କା ନଦେବା ନେଇ ବ୍ଲକ୍ ଫାଇନାନ୍ସ ଅଫିସର ଏବଂ ଭାରପ୍ରାପ୍ତ ଏଇଇ ତଦନ୍ତ ରିପୋର୍ଟରୁ ପ୍ରକାଶ। ତେବେ ଏକ ଅସମର୍ଥିତ ସୂତ୍ରରୁ ପ୍ରକାଶ ଯେ ଶ୍ରୀ ଶିଖାଙ୍କ ଦୁର୍ନୀତିକୁ ଚପାଇବା ପାଇଁ ଜଣେ ଜିଲ୍ଲାସ୍ତରୀୟ ଅଧିକାରୀ ଯଥାସାଧ୍ୟ ଉଦ୍ୟମ କରୁଥିବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

Leave a Reply

Your email address will not be published. Required fields are marked *