
ଭବାନୀପାଟଣା- ୧୨/୩ ସ୍ଥାନୀୟ ପୁରୁଣା ପଡାସ୍ଥିତ ଶ୍ରୀ ଶ୍ରୀ ରାଧାକ୍ରିଷ୍ଣ ମନ୍ଦିରଠାରେ ଦୋଳଯାତ୍ରା ଅବସରରେ ସ୍କୁଲ ଛକ କମିଟୀ ଦ୍ଵାରା ଦୋଳ ଉଛବ ପାଳନ ହୋଇଯାଇଛି। ଉତ୍ସବ କମିଟୀ ସଭାପତି ସନ୍ତୋଷ ପ୍ରଧାନ ଅଧ୍ୟକ୍ଷତା କରିଥିଲା ବେଳେ ଲଷ୍ମୀ ନାରାୟଣ ପଣ୍ଡା ଓ ଭଗବାନ ବିଶୋଇ ମଞ୍ଚ ପରିଚାଳନା କରିଥିଲେ। ରାଜ୍ଯ ସରକାରଙ୍କ ଅନୂସୁଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗର ଶିକ୍ଷା ମଣ୍ଡଳ ନୀରିକ୍ଷକ କୈଳାସ ଚନ୍ଦ୍ର ମହାରଣା ମୁଖ୍ଯ ଅତିଥି , ମାଣିକେଶ୍ଵରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ବକ୍ତା, ସ୍ବତନ୍ତ୍ର ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଇନ୍ଦ୍ରଜିତ୍ ମହାଖୁଡ , ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଉମା ଚରଣ ପ୍ରଧାନ, ରାଜସ୍ବ ନୀରିକ୍ଷକ ମଦନ ମାଝୀ ପ୍ରମୂଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଦୋଳ ଉତ୍ସବର ମହତ୍ବ ସମ୍ପର୍କରେ ମତବ୍ୟକ୍ତ କରି କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବା ସହ ୪ ଜଣଙ୍କୁ ସମ୍ମାନୀତ କରିଥିଲେ। ସ୍ଵର୍ଗତ ବୃନ୍ଦାବନ ସାହୁ, ସ୍ଵର୍ଗତ କେଶବ ଭୋଇ, ସ୍ଵର୍ଗତ କୀର୍ତ୍ତନ ଡାକୁଆଙ୍କୁ ମରଣୋତ୍ତର ସମ୍ମାନ ଏବଂ ସୁଦର୍ଶନ ହଂସ ଳଙ୍କୁ ସମ୍ମାନୀତ କରାଯାଇଥିଲା। ଚିତ୍ରାଙ୍କନ ପ୍ରତିଯୋଗୀତା, ସାଧାରଣ ଜ୍ଞାନ, ରଙ୍ଗୋଲି, ହୁଳହୁଳି ଓ ଡ୍ଯାନ୍ସ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ସୀତାକାନ୍ତ ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲା ବେଳେ ସମ୍ପାଦକ କମ୍ଭୂ ପାଣି ପରିଛା ଧନ୍ୟବାଦ୍ ଅର୍ପଣ କରିଥିଲେ।