ଷ୍ଟେଟ ବ୍ୟାଙ୍କ ଓ ରାମଜୀ ଫାଉଣ୍ଡେସନ ଏବଂ ଭେଜିପଦର ୟୁପି ସ୍କୁଲ୍ ତରଫରୁ ସ୍ବାସ୍ଥ୍ୟ ଶିବିର

ଭବାନୀପାଟଣା ତା:୧୨/୦୩ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଫାଉଣ୍ଡେସନ ଓ ରାମଜୀ ଫାଉଣ୍ଡେସନ ଏବଂ ଭେଜିପଦର ପ୍ରାଥମିକ ବିଦ୍ୟାଳୟ, ଭବାନୀପାଟଣାର ମିଳିତ ଆନୁକୂଲ୍ୟରେ ଆଜି ସ୍ଥାନୀୟ ଭେଜିପଦର ପ୍ରାଥମିକ ବିଦ୍ୟାଳୟରେ ଏକ ଶିଶୁ ରୋଗ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି।ଭବାନୀପାଟଣା ଶିକ୍ଷା ମଣ୍ଡଳର ତେନ୍ତୁଳିଖୁଣ୍ଟି କ୍ଲଷ୍ଟରର ଏ ବି ଇ ଓ ଜୟନାରଣ ମାଝୀ ଓ ସି ଆର ସି ସୂର୍ଯ୍ୟନାରାୟଣ ମହାନ୍ତି ଶିବିରକୁ ଉଦଘାଟନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କୁମାର ସାହୁ ଓ ସହକାରୀ ଶିକ୍ଷକ ପ୍ରଶାନ୍ତ କୁମାର ଖମାରୀଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଶିବ ପ୍ରସାଦ ଆଚାର୍ଯ୍ୟଙ୍କ ତତ୍ୱବାଧାନରେ ଏହି ଶିବିର ଆୟୋଜିତ ହୋଇଥିଲା। ଏହି ସ୍ୱତନ୍ତ୍ର ଶିବିରରେ ୩୧୦ ଜଣ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପରୀକ୍ଷା କରିବା ସହ ସ୍ବାସ୍ଥ୍ୟ ଏବଂ ଆଗାମୀ ଅଂଶୁଘାତ ଉପରେ ମଧ୍ୟ ସଚେତନତା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଆଖପାଖ ଅଞ୍ଚଳର ଛାତ୍ରଛାତ୍ରୀମାନେ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ରାମଜୀ ଫାଉଣ୍ଡେସନର ଚିକିତ୍ସକ ଡାକ୍ତର ବିମଲ କୁମାର ଷଡଙ୍ଗୀ ଏବଂ ବିଦ୍ୟାଳୟର ସହଯୋଗୀ ଶିକ୍ଷକ ଚିନ୍ମୟ ମହାନ୍ତି, ପଦ୍ମନାଭ ମହାନନ୍ଦ, ଶିକ୍ଷୟିତ୍ରୀ ସ୍ୱାଗତିକା ନେଗୀ ଏବଂ ସୁଚରିତା ମହାପାତ୍ର ସହଯୋଗ କରିଥିଲେ। ରାମଜୀ ଫାଉଣ୍ଡେସନ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ କରି ସମାଜ ଆଉ କଳାହାଣ୍ଡି ଜିଲ୍ଲାରେ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟକୁ ସୁଧାରିବାରେ ମୁଖ୍ୟ ଭୂମିକା ନିର୍ବାହ କରିଆସୁଛି।

Leave a Reply

Your email address will not be published. Required fields are marked *