
ଭବାନୀପାଟଣା: ୧୭/୩ :* ରାଜ୍ୟ ବିଜେପି ସରକାର ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ଗରିବ ପରିବାରକୁ ପକ୍କା ଘର ଯୋଗାଇବା ପାଇଁ ଚଳିତ ବଜେଟରେ ୭୫୫୦ କୋଟି ଟଙ୍କାର ବ୍ୟୟ ବରାଦରେ ଏକ ନୂଆ ଯୋଜନା “ଅନ୍ତୋଦୟ ଗୃହ ଯୋଜନା” ର ଶୁଭାରମ୍ଭ କରିବାକୁ ଯାଉଛନ୍ତି। ରାଜ୍ୟର ଏହି ବହୁ ପ୍ରତିକ୍ଷୀତ ଯୋଜନାର ଶୁଭାରମ୍ଭ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜେ କଳାହାଣ୍ଡି ଭଳି ଏକ ଆକାଂକ୍ଷୀ ଜିଲ୍ଲାରେ ଆସନ୍ତା ୩୦ ମାର୍ଚ୍ଚ ରବିବାର ଦିନ ଭବାନୀପାଟଣା ଠାରେ ଶୁଭାରମ୍ଭ କରିବା ପାଇଁ ସ୍ଥିର କରିଥିବାରୁ ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ଆନ୍ତରିକ କୃତଜ୍ଞତା ଓ ଧନ୍ୟବାଦ ଅର୍ପଣ କରାଯାଇଛି ।
ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଏହା ପ୍ରଥମ କଳାହାଣ୍ଡି ଗସ୍ତ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ କରିବା ପାଇଁ ବିଜେପି ଦଳ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଭବାନୀପାଟଣା ସର୍କିଟ ହାଉସ ଠାରେ ସଭାପତି ଶ୍ରୀ ଯୁଗଳ କିଶୋର ପୋଡ଼ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଧର୍ମଗଡ଼ ବିଧାୟକ ଶ୍ରୀ ସୁଧୀର ରଞ୍ଜନ ପାଟ୍ଟଯୋଶୀ, ପୂର୍ବତନ ଜିଲ୍ଲା ବିଜେପି ସଭାପତି ଦେବେନ୍ଦ୍ର ମହାନ୍ତି, ଭବେନ୍ଦ୍ର ପଣ୍ଡା, ହିମାଂଶୁ ମେହେର,ଆର୍ତ୍ତତ୍ରାଣ ମହାପାତ୍ର, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନମିତା ରାଣୀ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅନିରୁଦ୍ଧ ପ୍ରଧାନ, ମନୋଜ ମେହେର, ରମେଶ ମାଝୀ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ସୁଚିନ୍ତିତ ମତାମତ ଦେଇଥିଲେ। ଜିଲ୍ଲା ସଂଗଠନର ସମସ୍ତ କର୍ମକର୍ତ୍ତା, ସମସ୍ତ ମୋର୍ଚ୍ଚାର ସଭାପତି ଓ ଛାମୁଆ ସଂଗଠନର କର୍ମକର୍ତ୍ତା ଓ ବରିଷ୍ଠ ସଦସ୍ୟ ସଦସ୍ୟା ମାନେ ସଂଘବଦ୍ଧ ଭାବେ ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ସଫଳ କରିବା ପାଇଁ ଧର୍ମଗଡ ବିଧାୟକ ଶ୍ରୀ ସୁଧୀର ରଞ୍ଜନ ପାଟ୍ଟଯୋଶୀ ସମସ୍ତଙ୍କୁ ଅନୁରୋଧ କରିଥିଲେ। ସମସ୍ତ କର୍ମକର୍ତ୍ତା ଓ ତୃଣମୂଳସ୍ତର କର୍ମୀ ଏଥିରେ ସକ୍ରିୟ ସହଯୋଗ ପାଇଁ ସହମତି ପ୍ରକାଶ କରିଥିଲେ।