
କେସିଙ୍ଗା- ପୂର୍ବ ବିଜେଡି ସରକାର ଲଘୁ ଖଣିଜ ଦ୍ରବ୍ୟର ରକ୍ଷଣାବେକ୍ଷଣ ପାଇଁ ଖଣି ବିଭାଗକୁ ଦେଲା ପରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ମାଲାମାଲ ହେବାର ଲାଗିଛନ୍ତି। ଜିଲ୍ଲା ସଦରମହକୁମାରେ ମୁଖ୍ୟ କାର୍ଯ୍ୟାଳୟ ଥିବାରୁ ଜିଲ୍ଲାର ୧୩ ଟି ବ୍ଲକରେ ଚୋରା ଚାଲାଣ ରୋକିବାରେ ଅସମର୍ଥ ହେଉଛନ୍ତି। ତେଣୁ ଯେଉଁମାନେ ଚୋରା ଚାଲାଣ କାରବାର କରୁଛନ୍ତି, ସେମାନଙ୍କ ସହିତ ସଲାସୁତୁରା କରି ସଂପୃକ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ନିଜ ପକେଟ୍ ଗରମ କରିବାରେ ସକ୍ଷମ ହେଉଛନ୍ତି। ଏନେଇ ଜନସାଧାରଣ ଅଭିଯୋଗ କଲେ ବିଭାଗର ଅଧିକାରୀ ମାନେ ଗୋଟିଏ ଭୁଲ୍ ଲୁଚାଇବାକୁ ଯାଇ ଭୁଲ୍ ଉପରେ ଭୁଲ୍ କରି ଚାଲିଥିବା ବେଳେ ଉପରିସ୍ଥ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଭୁଲ୍ ତଥ୍ୟ ଦେଉଛନ୍ତି। ଯାହାଫଳରେ ଅଭିଯୋଗକାରୀକୁ ଭୁଲ୍ ବୋଲି ପ୍ରମାଣିତ କରିବା ସହ କେଶ୍ କୁ ରଫାଦଫା କରି ଦେଉଛନ୍ତି। ଉଦାହରଣ ସ୍ୱରୂପ କେସିଙ୍ଗା ବ୍ଲକର ଲଇତରା ପଞ୍ଚାୟତର ରେତନଦୀ କୂଳରେ ଜନୈକ ବ୍ୟକ୍ତି ପ୍ରାୟ ୪ ଏକର ଜମିରେ ୫ ଫୁଟ୍ ମାଟି ପୋତିଥଲେ ମଧ୍ୟ ସରକାରୀ ନିୟମାନୁସାରେ ରୟାଲିଟ୍ ଆଦାୟ ନକରି ବୋଧେ ତାଠାରୁ ଲାଞ୍ଚ ଖାଇ ତାକୁ ବଞ୍ଚାଇବାକୁ ଯାଇ ଭିନ୍ନ ଭିନ୍ନ ତିନି ପ୍ରକାର ରସିଦ ଦେଖାଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଭୁଆଁ ବୁଲେଇ ଚାଲିଛନ୍ତି।