ବୋରିଙ୍ଗ ପଦର ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଖଡିଛୁଆଁ ଓ ପ୍ରବେଶ ଦିବସ ପାଳିତ

କେସିଙ୍ଗା -୨/୪ ଆଜି ବୋରିଙ୍ଗ ପଦର ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରବେଶ ଦିବସ ଓ ଖଡ଼ିଛୁଆଁ ମହାଉତ୍ସାହ ଉଦ୍ଦୀପନା ସହ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ବିଶିଷ୍ଟ ଅତିଥି ଭାବେ ଏନ ଏ ସି ଅଧ୍ୟକ୍ଷ ନୃପରାଜ ଯାଦବ, ବି ଇ ଓ ଆନନ୍ଦ କୁମାର ବେହେରା, ଏ ଵି ଡି ଓ ସିଦ୍ଧେଶ୍ୱର ମେହେର ଓ ଏ ଵି ଇ ଓ ସଂପତ୍ତି ଛୁରା ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟରେ, ରାଜ୍ୟ ସରକାର ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ପାଇଁ ନୂଆ ଶିକ୍ଷାନୀତି-୨୦୨୦ ଅନୁଯାୟୀ ରାଜ୍ୟର ସମସ୍ତ ବିଦ୍ୟାଳୟରେ ଶିଶୁ ବାଟିକା ଆରମ୍ଭ କରାଯାଇଛି। ଏଥିରେ ୫ ବର୍ଷରୁ ଅଧିକ ବୟସ୍କର ପିଲାମାନଙ୍କୁ ଏକ ଉତ୍ତମ, ସଂଗଠିତ ଏବଂ ଅନୁଭୂତି ମୂଳକ ଶିକ୍ଷଣ ପରିବେଶ ପ୍ରଦାନ କରାଯିବ। ଏଥିସହ ପିଲାମାନଙ୍କ ନାମ ଲେଖାକୂ ସ୍ମରଣୀୟ କରିବା ପାଇଁ ଅନେକ ଆକର୍ଷଣୀୟ ଓ ଶିକ୍ଷଣୀୟ କାର୍ଯ୍ୟକ୍ରମ ରହିଛି ବୋଲି କହିଥିଲେ। ଆଜି ପ୍ରବେଶ ଦିବସ ଓ ଖଡିଛୁଆଁ କାର୍ଯ୍ୟକ୍ରମରେ ୧୦ ଜଣ ପିଲା ଶିଶୁ ବାଟିକାରେ ନାମ ଲେଖାଇ ଥିବାବେଳେ ସେମାନଙ୍କୁ ପୂରାତନ ଛାତ୍ରଛାତ୍ରୀ ମାନେ ଫୁଲତୋଡ଼ା ଦେଇ ସ୍ବାଗତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଚନ୍ଦ୍ରଧ୍ଵଜ ନାଗ ପରିଚାଳନା କରିଥିଲା ବେଳେ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ଗୋବିନ୍ଦ ବାଗ, ତପନ ଦାସ, ଭୀଷ୍ମରଥୀ ସାହୁ, ଡୋଲମଣୀ ମାଝି ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *