କେସିଙ୍ଗା – ୫/୪ ନୂଆପଡା ଜିଲ୍ଲାରେ ସରକାରୀ ଅର୍ଥ ହରିଲୁଟ ଅଭିଯୋଗରେ ସରପଞ୍ଚ ଓ ପିଇଓ ଙ୍କୁ ଭିଜିଲାନ୍ସ ଗିରଫ କରିଛି। ଏହି ଦୁଇ ପଦାଧିକାରୀ ସରକାରଙ୍କ ୧୪ ଲକ୍ଷ ଟଙ୍କା ହରିଲୁଟ କରିଥିବା ନେଇ ଅଭିଯୋଗ ହେବାପରେ ଭିଜିଲାନ୍ସ ବିଭାଗ ତଦନ୍ତ କରି ରାଣୀମୁଣ୍ଡା ପଞ୍ଚାୟତର ପିଇଓ ଏବଂ ସରପଞ୍ଚଙ୍କୁ ଗିରଫ କରିଛି ବୋଲି ବିଭିନ୍ନ ଇଲେକ୍ଟ୍ରୋନିକ୍ ଗଣମାଧ୍ୟମରୁ ପ୍ରକାଶ। କିନ୍ତୁ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ଚାଞ୍ଚେର ଓ ଉତ୍କେଲା ପଞ୍ଚାୟତରେ ସରପଞ୍ଚ ଓ ପିଇଓଙ୍କ ମିଳିତ ଦସ୍ତଖତରେ ଦେଢ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ହେରଫେର ହୋଇଥିବା ନେଇ ଜନୈକ ଗଣମାଧ୍ୟମ ପ୍ରତିନିଧି ଗତ ଜାନୁଆରୀ ମାସରେ ଜିଲ୍ଲାପାଳଙ୍କ ଦୣଷ୍ଟି ଆକର୍ଷଣ କରିଥିଲେ। ଏହା ସହିତ ବିଭିନ୍ନ ପ୍ରିଣ୍ଟ ମିଡିଆରେ ମଧ୍ୟ ଏହି ଦୁର୍ନୀତି ବିଷୟରେ ଖବର ପ୍ରସାରଣ ହୋଇଥିଲା । ହେଲେ ଏଯାଏ ଭିଜିଲାନ୍ସ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥବା ବେଳେ ଜିଲ୍ଲା ପ୍ରସାଶନ ପକ୍ଷରୁ କେବଳ ଉକ୍ତ ପିଇଓଙ୍କୁ ବଦଳି କରିବା ଭିତରେ ସୀମିତ ରହିଛି। କଥାରେ ଅଛି “ତୁ ଗୁହାରି କରିବୁ ଯାହାକୁ, ମୁଁ … କରିଛି ତାହାକୁ”।