ଗୋଚର ଉପରୁ ବେଆଇନ ମାଟି ଉଠାଣ, ଖଣି ବିଭାଗ ପକ୍ଷରୁ ଚଢଉ

କେସିଙ୍ଗା – ୫/୪ : ଗତ ଦୁଇମାସ ତଳେ ରାଜ୍ୟ ସରକାରଙ୍କ ବାଣିଜ୍ୟ, ପରିବହନ ଓ ଇସ୍ପାତ ଏବଂ ଖଣି ମନ୍ତ୍ରୀ ମାନ୍ୟବର ବିଭୂତି ଭୂଷଣ ଜେନା କଳାହାଣ୍ଡି ଗ୍ରସ୍ତରେ ଆସି ଲଘୁ ଖଣିଜ ଦ୍ରବ୍ୟର ରିଭ୍ୟୁ ସମୟରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଜିଲ୍ଲା ଖଣି ଅଧିକାରୀଙ୍କୁ ତାଗିଦ୍ କରିଥିଲେ । ଯାହାଫଳରେ ଖଣି ବିଭାଗ ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରି କିଛି ଦିନ ହେଲା ଚର୍ଚ୍ଚାର ବିଷୟ ହୋଇଛି । ସୂଚନାରୁ ପ୍ରକାଶ ଯେ କର୍ଲାମଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଙ୍ଗା ଗ୍ରାମ ପଞ୍ଚାୟତର କଲୋନୀପଡା ଠାରେ ଥିବା ଗୋଚର ଜାଗାରୁ ବେଆଇନ ମାଟି ଉଠାଣ ହେଉଥିବା ନେଇ ଜିଲ୍ଲା ଖଣି ବିଭାଗ ଖବର ପାଇ ଏକ ଟିମ୍ କର୍ଲାମୁଣ୍ଡା ତହସିଲଦାର ଓ ଥାନା ଅଧିକାରୀଙ୍କ ସହାୟତାରେ ଉକ୍ତ ଜାଗା ଉପରେ ଚଢାଉ କରିଥିଲେ । ସୂଚନା ରୁ ଜଣା ପଡ଼ୁଛି ଜେ ଜୈନିକ ଠିକାଦାର ଜଣକ ଆ.ଡି ରାସ୍ତା ପୁଟି ଗାଁ ଛକ ଠାରୁ ତେରେସିଙ୍ଗା ରାସ୍ତା କାମର ଉନ୍ନତିକରଣ ପାଇଁ କାମ କରୁଛନ୍ତି ।କିନ୍ତୁ ଠିକାଦାର ବାବୁ ଜଣକ ବିନା ରୟାଲ୍ଟି ଓ ତହସିଲଦାର ଙ୍କ ବିନା ଅନୁମତିରେ ଗୋଚର ଜାଗା ରୁ ଯାହାର ଖାତା ନମ୍ବର ୮୧୯ ଓ ପ୍ଲଟ ନମ୍ବର ୪୧୦୧ ରୁ ବେଆଇନ ଭାବେ ମାଟି ଚୋରା ଚାଲାଣ କରୁଥିଲେ ।ଖବର ପ୍ରସାରିତ ସମୟ ପର୍ଯ୍ୟନ୍ତ ଖଣି ବିଭାଗ କେତେ ଜରିମନା କରିଛନ୍ତି ଜଣାପଡିନାହିଁ ।କର୍ଲାମୁଣ୍ଡା:କିଛି ଦିନ ତଳେ ବାଲି ଓ ଖଣି ଖନନ ଚୋରା ଚାଲାଣ ପାଈ ଖୋଦ ମନ୍ତ୍ରୀ ମାନ୍ୟବର ବିଭୂତି ଭୂଷଣ ଜେନା ଓ ରାଜସ୍ବ ମନ୍ତ୍ରୀ ମାନ୍ୟବର ସୁରେଶ ପୂଜାରୀ କଳାହାଣ୍ଡି ଗ୍ରସ୍ତ ରେ ଆସି କଳାହାଣ୍ଡି ଜିଲ୍ଲାପାଲ ଙ୍କ ସମ୍ଭୁଖରେ ଖଣି ଅଧିକାରୀ କୁ ତାଗିଦ୍ କରିଥିଲେ । ଯାହାଫଳରେ ଖଣି ବିଭାଗ ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରି କିଛି ଦିନ ହେଲା ଚର୍ଚ୍ଚାର ବିଷୟ ହୋଇଛି ।ପ୍ରାପ୍ତ ସୂଚନା ରୁ ଜଣାପଡୁଛି ଯେ ଆଜି କଳାହାଣ୍ଡି ଜିଲ୍ଲା କର୍ଲାମଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଙ୍ଗା ଗ୍ରାମପଞ୍ଚାୟତ ର କଲୋନୀ ପଡା ଠାରେ ଥିବା ଗୋଚର ଜାଗାରୁ ରୁ ବେଆଇନ ଭାବେ ମାଟି ଚୋରା ଚାଲାଣ ବେଳେ ଖଣି ବିଭାଗ ଖବର ପାଈ ତୁରନ୍ତ ଟିମ୍ ଆସି କରଲାମୁଣ୍ଡା ତହସିଲଦାର ଓ କର୍ଲାମୁଣ୍ଡା ଥାନା ଅଧିକାରୀ ଙ୍କ ସହଯୋଗ ରେ ବେଆଇନ ଖାନିଖନନ ଜାଗାକୁ ଯାଇ ଚଢାଉ କରିଥିଲେ ।ସୂଚନା ରୁ ଜଣା ପଡ଼ୁଛି ଜେ ଜୈନିକ ଠିକାଦାର ଜଣକ ଆ.ଡି ରାସ୍ତା ପୁଟି ଗାଁ ଛକ ଠାରୁ ତେରେସିଙ୍ଗା ରାସ୍ତା କାମର ଉନ୍ନତିକରଣ ପାଇଁ କାମ କରୁଛନ୍ତି ।କିନ୍ତୁ ଠିକାଦାର ବାବୁ ଜଣକ ବିନା ରୟାଲ୍ଟି ଓ ତହସିଲଦାର ଙ୍କ ବିନା ଅନୁମତିରେ ଗୋଚର ଜାଗା ରୁ ଯାହାର ଖାତା ନମ୍ବର ୮୧୯ ଓ ପ୍ଲଟ ନମ୍ବର ୪୧୦୧ ରୁ ବେଆଇନ ଭାବେ ମାଟି ଚୋରା ଚାଲାଣ କରୁଥିଲେ ।ଖବର ପ୍ରସାରିତ ସମୟ ପର୍ଯ୍ୟନ୍ତ ଖଣି ବିଭାଗ କେତେ ଜରିମନା କରିଛନ୍ତି ଜଣାପଡିନାହିଁ ।

Leave a Reply

Your email address will not be published. Required fields are marked *