କେସିଙ୍ଗା -୮/୪ ଆଜିକାଲି ସୂଚନା ଅଧିକାର ଆଇନ ପ୍ରହସନ ପାଲଟିଯାଇଛି। କିଛି ସରକାରୀ ଅଧିକାରୀ ଓ ତଳିଆ କର୍ମଚାରୀ ମାନେ ଏହି ନିୟମକୁ ଦଳିମକଚି ଦେଇଥିବା ବେଳେ ଆଉ କେତେକ ସରକାରଙ୍କ ସହିତ ସଂଶ୍ଳିଷ୍ଟ ବେସରକାରୀ ସଂସ୍ଥା ଏହାକୁ ଫୁ କରି ବେନିୟମ ଭାବେ ଅର୍ଥ ରୋଜଗାର କରି ଚାଲିଛନ୍ତି। ଯାହାଫଳରେ ବେସରକାରୀ ସଂସ୍କା ବା ବ୍ୟକ୍ତିବିଶେଷ ଅର୍ଥ ବଳରେ ଧରାକୁ ସରା ମଣୁନାହାନ୍ତି. ଭୁଲ୍ କରି ବି ମୁହଁ ତୋଡ ମାରୁଛନ୍ତି. ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଜଣାପଡିଛି ଯେ କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀୀଙ୍କ ଚିଠି ନଂ ୭୯୮୪/ତା. ୦୭. ୧୨. ୨୦୨୩ ରିଖ ଅନୁସାରେ ବିଭିନ୍ନ ସାମଗ୍ରୀ କେତେ ଅନୁପାତରେ ଓ କେତେ ଟଙ୍କାରେ କିଣାଯିବ ତାହାର ଏକ ତାଲିକା ପ୍ରକାଶ କରିଛନ୍ତି। କିନ୍ତୁ ଲଇତରା ଉଚ୍ଚ ବିଦ୍ୟାମନ୍ଦିର ପ୍ରଧାନଶିକ୍ଷକ ଏହାକୁ ବେଖାତିର କରି ୨ ସେଟ୍ ବେଟାରୀ ଓ ଇନଭେଟର୍ ର ଦାମ୍ ୯୧ହଜାର ରୁ ୯୩ ହଜାର ଟଙ୍କା ଭିତରେ କିଣିବାକୁ ନିର୍ଦେଶ ଥିବାବେଳେ ୩ ସେଟ୍ କିଣିିଛନ୍ତି। ଯାହାକି ଆଉ ଗୋଟିଏ ସେଟ୍ ପାଇଁ ଅଧିକ ୩୨ ହଜାର ଟଙ୍କା ଅଧିକ ଦେବାକୁ ପଡିଛି। ଏ ସମ୍ପକରେ ପ୍ରଧାନଶିକ୍ଷକଙ୍କୁ ପଚାରିବାରୁ ସେ କହିଥିଲେ ଯେ ୫ଟି ଅର୍ଥରୁ ଅଫିସ ପାଇଁ ଆଉ ଗୋଟିଏ ସେଟ୍ କିଣିଯାଇଛି। କାହା ଅନୁମତି ନେଇ କିଣିଲ ବୋଲି ପଚାରିବାରୁ ପ୍ରଧାନଶିକ୍ଷକ ତତ୍କାଳୀନ ବିଡିଓ ପ୍ରଫୁଲ୍ଲ ଓଦୁଙ୍କୁ ପଚାରିଥିଲି ବୋଲି ସେ କହିଥିଲେ। ଏହାର ପରବର୍ତ୍ତୀ ପଦକ୍ଷେପ କଣ ହେବ ଏ ବିଷୟରେ ଫୋନ ଯୋଗେ ବିଇଓଙ୍କ ମତାମତ ନେବାକୁ ବାରମ୍ବାର ଚେଷ୍ଟା ସତ୍ତ୍ୱେ ତାଙ୍କର ମଚ ନିଆଯାଇପାରି ନାହିଁ।