୧୦ରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ କେସିଙ୍ଗା ଗସ୍ତ

କେସିଙ୍ଗା-୮/୪ ଆସନ୍ତା ୧୦ ତାରିଖରେ କେସିଙ୍ଗା ଆସିବେ ଗଣଶିକ୍ଷା ମନ୍ତ୍ରୀ । ଏନଏସି କଲ୍ୟାଣ ମଣ୍ଡପ ପରିସରରେ ସାଧାରଣ ଲୋକଙ୍କୁ ସେ ଦେବେ ଉଦ୍ବୋଧନ । ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଲୋକଙ୍କୁ ବୁଝେଇବେ । ଏନେଇ ଆଜି କଳାହାଣ୍ଡି ଜିଲ୍ଲା ଭାରତୀୟ ଜନତା ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଜିଲ୍ଲା ବିଜେପି ସଭାପତି ଯୁଗଳ କିଶୋର ପୋଢ଼ । କେସିଙ୍ଗା ବିଏସଏ ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପୋଢ଼ଙ୍କ ସମେତ ବିଜେପି କେସିଙ୍ଗା ନଗର ସଭାପତି ମଗନ ସିନ୍ଦୁର, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଯୁବମୋର୍ଚା ଦୀପଜ୍ୟୋତି ମୁଣ୍ଡ, ଜିଲ୍ଲା ବିଜେପି ସମ୍ପାଦକ ସନ୍ତୋଷ ଦାସ, କେସିଙ୍ଗା ନଗର ସାଧାରଣ ସମ୍ପାଦକ ପ୍ରିତେଶ ପଟେଲ, ଯୁବନେତା ରୂପେଶ ଜୈନ, ପୂର୍ବତନ କେସିଙ୍ଗା ନଗର ସଭାପତି ପ୍ରଶାନ୍ତ ବାନାର୍ଜୀ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ । ୯ ମାସରେ ବ୍ୟାପକ ଉନ୍ନତିମୂଳକ କାମ କରାଯାଇଛି ଏବଂ ଜିଲ୍ଲା ଭିତ୍ତିକ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ ନିଜେ କହିଛନ୍ତି ବୋଲି ଶ୍ରୀ ପୋଢ଼ ପ୍ରକାଶ କରିଥିଲେ । ସେହିଭଳି କେସିଙ୍ଗା ବାଇପାସ୍ କୁ ସଂପ୍ରସାରଣ ଓ ଭୁବନେଶ୍ୱରକୁ ଏକ ଟ୍ରେନ ଚଳାଇବା ପାଇଁ ସେ ନିଜେ ସାଂସଦଙ୍କ ସହ ଦିଲ୍ଲୀ ଯାଇ ଆଲୋଚନା କରିବେ ବୋଲି ଶ୍ରୀ ପୋଢ଼ କହିଥିଲେ ।

Leave a Reply

Your email address will not be published. Required fields are marked *