ଗଣଶିକ୍ଷା ମନ୍ତ୍ରୀ ଭାଷଣ ଦେବା ବେଳେ ଏନଏସି ତରଫରୁ ସାନିଟାଇଜ୍ ନେଇ ବିଜେପି କର୍ମୀଙ୍କ ଅସନ୍ତୋଷ

କେସିଙ୍ଗା- ୧୦/୦୪ : ଆଜି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଦିନିକିଆ କେସିଙ୍ଗା ଗସ୍ତରେ ଆସି ସ୍ଥାନୀୟ ଏନ୍ ଏ ସି ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ଏକ ଜନସଭାକୁ ସମ୍ବୋଧନ କରିଥିଲେ । ଏହି ସମୟରେ ମନ୍ତ୍ରୀ ମଞ୍ଚ ଉପରେ ଜନସଭାକୁ ଭାଷଣ ଦେଉଥିବା ବେଳେ କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପକ୍ଷରୁ ମଞ୍ଚ ସାମ୍ନାରେ ବସିଥିବା ଲୋକଙ୍କ ପାର୍ଶ୍ଵ ଓ ମଞ୍ଚର ଚାରିପଟେ ଥିବା ଡ୍ରେନ୍ରେ ବ୍ଲିଚିଙ୍ଗ୍ ପାଉଡର ସିଞ୍ଚନ କରାଯିବାକୁ ନେଇ ବିଜେପି କାର୍ଯ୍ୟକର୍ତ୍ତା ଓ କର୍ମୀ ମାନେ ଅସନ୍ତୋଷ କରିଥିଲେ । ସିଞ୍ଚନ ପୂର୍ବରୁ ମଞ୍ଚ ସାମନାରେ ବସିଥିବା କର୍ମୀଙ୍କ ନାକ ନିକଟରେ ଥିବା ନାଳର ଦୁର୍ଗନ୍ଧ ପାଣିରେ ଫାଟି ଯାଉଥିବା ବେଳେ ବିଜେପି କର୍ମୀଙ୍କ ସୂଚନା ପରେ ସାନିଟାଇଜ୍ ସିଞ୍ଚନ କରାଯାଇଥିଲା। ଯାହାକୁ ନେଇ ବିଜେପି କର୍ମୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା ।

Leave a Reply

Your email address will not be published. Required fields are marked *