
ଭବାନୀପାଟଣା ୧୨/୪ ସ୍ଥାନୀୟ ଡି ଆଇ ଇ ଟି ପରିସରରେ ଥିବା ସରକାରୀ ଆଦର୍ଶ ପ୍ରାଥମିକ ବିଦ୍ୟାଳୟର 2025 ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି. ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ମେରୀଲିନ ସୁଧାଂଶୁ ମୟୀ ମହାନ୍ତି ଙ୍କ ଅଧକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ କୁ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଇଶ୍ଵର ଚନ୍ଦ୍ର ବେହେରା ମଞ୍ଚ ପରିଚାଳନା କରିଥିଲେ. ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ କଳାହାଣ୍ଡି ଅଧକ୍ଷ ଡ ଦେଶବନ୍ଧୁ ସାହୁ ମୁଖ୍ଯ ଅତିଥି ,ଭବାନିପାଟଣା ବି ଆର ସି ସି ଚଥା ଏ ବି ଇ ଓ ଜୟ କୁମାର ମାଝୀ ମୁଖ୍ୟ ବକ୍ତା, ଏ ବି ଇ ଓ ଜଗଦୀଶ ଚନ୍ଦ୍ର ମୁଣ୍ଡ , ଏ ବି ଇ ଓ ହୃଷୀକେଶ ନାୟକ ,ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକା ନିହାରୀକା ଦେବୀ,ବାପୁଜୀ କ୍ଲଷ୍ଟର ସି ଆର ସି ସି ସ୍ଵଧିନୀ ସାହୁ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜୟନ୍ତୀ ନାଏକ,ବରିଷ୍ଠ ସାମ୍ବାଦିକ ସନ୍ତୋଷ ପ୍ରଧାନ,ପ୍ରମୂଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିବା ସହ ସେମାଙ୍କ ଭବିଷ୍ୟତ ର ଉଜ୍ଜଳ କାମନା କରି କୃତୀ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରିଥିଲେ. ପଞ୍ଚମ ଶ୍ରେଣୀ ଛାତ୍ରୀ ଆସ୍ତା ଚନ୍ଦନ ଚଳିତ ବର୍ଷ ର ଶ୍ରେଷ୍ଠ ଛାତ୍ରୀ ଭାବେ ସମ୍ମାନୀତ ହୋଇ ପୁରସ୍କୃତ ହୋଇଥିଲେ. ସହ ଶିକ୍ଷୟତ୍ରୀ ବିଷ୍ନୁ ପ୍ରିୟା ସାହାଣୀ,ଲୀନା ପଟନାୟକ ଓ ପୁଷ୍ପଲତା ବାଗ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ.ଦିତୀୟ ବର୍ଷ ପ୍ରଶିକ୍ଷାରଥି ସାଗରିକା ଦାଶ ଓ ଦ୍ବିପାକ୍ଷୀ ଦ୍ଵାରୀ ସାଂସ୍କୃତିକ କାର୍ଯ୍ୟକ୍ରମ ର ମଞ୍ଚ ପରିଚାଳନା କରିଥିଲେ.ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତି ମହାନ୍ତି ବାର୍ଷିକ ବିବରଣୀ ପଠନ ସହ ଧନ୍ୟବାଦ ଅର୍ପଣ କରିଥିଲେ.