ଭବାନୀପାଟଣା, ୨୩/୦୪: ଗତକାଲି ପହେଲଗାଁଓ ଠାରେ ୨୬ ଜଣ ହିନ୍ଦୁ ପର୍ଯ୍ୟଟକଙ୍କୁ ଆତଙ୍କବାଦୀ ମାନେ ଗୁଳି କରି ହତ୍ୟା କରିବା ଘଟଣାର ତୀବ୍ର ନିନ୍ଦା କରିବା ସହ ଆତଙ୍କବାଦୀ ଓ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ପାକିସ୍ଥାନ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି କଳାହାଣ୍ଡି ବ୍ରାହ୍ମଣ ସମାଜ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଛି। ଏଭଳି ବର୍ବର ଆତଙ୍କବାଦୀ କାର୍ଯ୍ୟକୁ ଦୃଢ଼ ହସ୍ତରେ ଭାରତ ସରକାର ଦମନ କରିବା ପାଇଁ ବ୍ରାହ୍ମଣ ସମାଜ ଦାବି କରିବା ସହ ଭାରତରେ ହିନ୍ଦୁମାନଙ୍କ ସୁରକ୍ଷା ଦିଗରେ ସ୍ଵତନ୍ତ୍ର ଧ୍ୟାନ ଦେବାକୁ ଦାବି କରିଛି। ବ୍ରାହ୍ମଣ ସମାଜ, କଳାହାଣ୍ଡିର ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ମହାପାତ୍ର, ସଂଗଠନ ସମ୍ପାଦକ ଭବେନ୍ଦ୍ର ପଣ୍ଡା, ସମ୍ପାଦକ ଉମେଶ ଚନ୍ଦ୍ର ପଣ୍ଡା, କୋଷାଧ୍ୟକ୍ଷ କୃଷ୍ଣ ମୋହନ ଯୋଷୀ, ପର୍ଶୁରାମ ସେନାର ଜିଲ୍ଲା ସଂଯୋଜକ ପ୍ରଶାନ୍ତ ଠାକୁର, ଦୀପ ଜ୍ୟୋତି ମୁଣ୍ଡ, ଅବିନାଶ ଠାକୁର, ସେବାନନ୍ଦ ପାଢୀ, ସନ୍ତୋଷ ଦାଶ, ଶଶାଙ୍କ ପାଢୀ ସମେତ ବହୁ ସଦସ୍ୟ, ପ୍ରଜ୍ଞା ବାହିନୀର ଜିଲ୍ଲା ସଂଯୋଜିକା ସ୍ନେହଲତା ଷଡ଼ଙ୍ଗୀ, ଭବାନୀପାଟଣା ନଗର କମିଟୀର ସଭାପତି ସୁରେନ୍ଦ୍ର ନେଗୀ ସମେତ ବ୍ରାହ୍ମଣ ସମାଜର ସଦସ୍ୟ ମାନେ ଷ୍ଟାଚୁ ଛକରୁ କ୍ୟାଣ୍ଡେଲ ଶୋଭାଯାତ୍ରାରେ ବାହାରି ମାଣିକେଶ୍ଵରୀ ହାଇସ୍କୁଲ ଛକ ପର୍ଯ୍ୟନ୍ତ ଯାଇଥିଲେ।