
ଭବାନୀପାଟଣା: ୨୪/୪ ଆତଙ୍କବାଦୀଙ୍କ ବର୍ବୋରଚିତ ହତ୍ୟାକାଣ୍ଡ ଘଟଣାର ଭବାନୀପାଟଣା ମୁସଲିମ୍ ପିସ୍ର ଫୋରମ୍ ପକ୍ଷରୁ ଘୋର ନିନ୍ଦା କରାଯାଇଛି। ସହିଦ୍ ହୋଇଥିବା ବ୍ୟକ୍ତିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ସହିଦ୍ ପରିବାରଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ସମ୍ପୃକ୍ତ ଆତଙ୍କବାଦୀଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଭାରତ ସରକାରଙ୍କ ଠାରେ ଭବାନୀପାଟଣା ମୁସଲିମ୍ ଫୋରମ୍ ଦାବୀ କରିଛି। ଆତଙ୍କବାଦୀଙ୍କ କୌଣସି ଜାତି ନାହିଁ।ତେଣୁ ଏଭଳି ଅମାନବୀୟ ଘଟଣାରେ ଆତଙ୍କବାଦୀଙ୍କୁ ଫାଶି ଦିଆଯାଉ ବୋଲି ମତବ୍ୟକ୍ତ କରିଥିଲେ। ମହମ୍ମଦ ଅଲିଙ୍କ ଅଧକ୍ଷତାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆବାହକ ସମାନ ଆହୁଦ ଖାନ, ଉପ ସଭାପତି ଅବଦୁଲ ଅଜିଜ୍ ଖାନ , ଅବଦୁଲ ମାନନ ଆକବର ମହମ୍ମଦ, ମହମ୍ମଦ ବୁରାକ, ଜାଭେଦ ମହମ୍ମଦ ସକିଲ ଅହମଦ ଖାନ ପ୍ରମୁଖ ଉପସ୍ଥିତ ରହି ଏଭଳି ହୀନ ଉଦ୍ୟମ ପ୍ରତି କଠୋର ପଦକ୍ଷେପ ନିଆଯାଉ ବୋଲି ମତ ରଖିଥିଲେ।