ଉତ୍କେଲା, ୨୪/୦୪, ନିପ୍ର:ଚାରିଆଡେ ଗ୍ରୀଷ୍ମ ଲହରୀ ହାହାକାର ମଚାଉଥିବା ବେଳେ ପାଣି ଲାଗି କେସିଙ୍ଗା ବ୍ଲକ ଉତ୍କେଲା ଗ୍ରାମପଞ୍ଚାୟତ ଲାଲ ପଡା ଲୋକ ଙ୍କ ବିକଳ ଅବସ୍ଥା ଦେଖିବାକୁ ମିଳିଛି, ପଡା ରେ ନଳ କୂପ ପାଣି ଖର ଜଳ ବାହାରୁଥିବାରୁ କୌଣସି ବ୍ୟବହାର ରେ ଲାଗୁନାହିଁ ।ପିଇବା ପାଣି ଲାଗି ଦେଢ଼ କିଲୋମିଟର ରେ ଥିବା ବଙ୍ଗଳା ପଡା ଶିବ ମନ୍ଦିର ନଳ କୂପ ରୁ ଆଣି ଯାଇଥାନ୍ତି । ଗାଧୋଇବା ଲାଗି କେନ୍ଦୁବନ୍ଧ ପାଣି ଉପରେ ଭରଷା କରୁଥିଲେ, ବର୍ତମାନ ମାଟି କାମ ହେବ ବୋଲି କେନ୍ଦୁ ବନ୍ଧ ର ପାଣି କୁ କାଟି ଦିଆ ଯାଇଛି, ଉକ୍ତ ମାଟି କାମ ପାଇଁ ମାତ୍ର ୧୦ ଲକ୍ଷ ଟଙ୍କା ପଂଚାୟତ କୁ ଆସିଛି, ଯାହାକି ସମୁଦ୍ର କୁ ଶଙ୍ଖେ, କେନ୍ଦୁ ବନ୍ଧ ପାଣି ଶୁଖି ମାସକ ହେଲାଣି କାମ ଆରମ୍ଭ ହୋଇନି, ଏପଟେ ନଦୀ ଜଳ ଯୋଗାଣ କୁ ଭରଷା କରି ପଡା ଲୋକେ ବନ୍ଦର ପାଣି କାଟିବା କୁ ହଁ ମାରିଲେ । ଦୁଇ ଦିନ ହେଲା ନଦୀ ଜଳ ଯୋଗାଣ ମଧ୍ୟ ବନ୍ଧ ହୋଇ ଯାଇଛି, ରାସ୍ତା କାମ ଏକ ଠିକାଦାର କରୁଥିବା ବେଳେ ପାଇପ ଫଟାଇ ଦେଇଥିବା ଯୋଗୁଁ ପାଣି ଆସୁନଥିବା ଅଭିଯୋଗ ବିଭାଗୀୟ ଯନ୍ତ୍ରୀ କୁ କହିବାରୁ ସେ ରାସ୍ତା କାମ କରି ଫଟାଇ ଥିବା ଠିକାଦାର ଙ୍କୁ କହିବାକୁ ମତ ରଖିଥିଲେ । ପଡା କୁ ଠିକ ମାତ୍ରା ରେ ପାଣି ଯୋଗାଇବା ପାଇଁ ପାଟ ବନ୍ଧ ପାଣି ଟାଙ୍କି ରୁ ଦେବା ପାଇଁ ଚର୍ଚ୍ଚା ହେଉଥିଲା, କିନ୍ତୁ ଠିକାଦାର ଜଣକ ବେହେରା ପଡା, ହରିଜନ ପଡା, ମାରୱାଡି ପଡା, ଶୁଣ୍ଡି ପଡା, ଇଲେକ୍ଟ୍ରି ଷ୍ଟ୍ରକଚର ବୁଲାଣି ଦେଇ ଦୁଇ କିଲୋମିଟର ହେବ ପାଇପ ଦେଇ ଆସୁଥିବା ଫଳରେ ପ୍ରାୟ ୬୦ ଘରରୁ ୩୦ ଘରକୁ ପାଣି ଆସୁଛି, ତାହାବି ଠିକ ରେ ମିଲି ପାରୁନାହଁ, ତେଣୁ ଉକ୍ତ ପଡା କୁ ସିଧାସଳଖ ପାଟ ବନ୍ଧ ଟାଙ୍କି ରୁ ଜଳ ଯୋଗାଣ ଦେଲେ ଉପକୃତ ହେବେ କହି ବାରମ୍ବାର ବିଭାଗୀୟ ଯନ୍ତ୍ରୀ ଙ୍କୁ ଜଣାଇଲେ ମଧ୍ୟ କର୍ଣ୍ଣ ପାତ କରୁନାହାନ୍ତି । ଆଗାମୀ ଦିନରେ ତାର ସୁ ବ୍ୟବସ୍ଥା କରା ନ ଯାଏ ତାହେଲେ ଗରା ମାଠିଆ ଧରି ରାଜରାସ୍ତା ରେ ଓଲ୍ହାଇବେ ବୋଲି ପଡା ଲୋକେ ଜଣାଇଛନ୍ତି ।ଉତ୍କେଲା ଲାଲ ପଡା ଲୋକ ପାଣି ପାଇଁ ହନ୍ତସନ୍ତ .
ଉତ୍କେଲା, ୨୪/୦୪, ନିପ୍ର:ଚାରିଆଡେ ଗ୍ରୀଷ୍ମ ଲହରୀ ହାହାକାର ମଚାଉଥିବା ବେଳେ ପାଣି ଲାଗି କେସିଙ୍ଗା ବ୍ଲକ ଉତ୍କେଲା ଗ୍ରାମପଞ୍ଚାୟତ ଲାଲ ପଡା ଲୋକ ଙ୍କ ବିକଳ ଅବସ୍ଥା ଦେଖିବାକୁ ମିଳିଛି, ପଡା ରେ ନଳ କୂପ ପାଣି ଖର ଜଳ ବାହାରୁଥିବାରୁ କୌଣସି ବ୍ୟବହାର ରେ ଲାଗୁନାହିଁ ।ପିଇବା ପାଣି ଲାଗି ଦେଢ଼ କିଲୋମିଟର ରେ ଥିବା ବଙ୍ଗଳା ପଡା ଶିବ ମନ୍ଦିର ନଳ କୂପ ରୁ ଆଣି ଯାଇଥାନ୍ତି । ଗାଧୋଇବା ଲାଗି କେନ୍ଦୁବନ୍ଧ ପାଣି ଉପରେ ଭରଷା କରୁଥିଲେ, ବର୍ତମାନ ମାଟି କାମ ହେବ ବୋଲି କେନ୍ଦୁ ବନ୍ଧ ର ପାଣି କୁ କାଟି ଦିଆ ଯାଇଛି, ଉକ୍ତ ମାଟି କାମ ପାଇଁ ମାତ୍ର ୧୦ ଲକ୍ଷ ଟଙ୍କା ପଂଚାୟତ କୁ ଆସିଛି, ଯାହାକି ସମୁଦ୍ର କୁ ଶଙ୍ଖେ, କେନ୍ଦୁ ବନ୍ଧ ପାଣି ଶୁଖି ମାସକ ହେଲାଣି କାମ ଆରମ୍ଭ ହୋଇନି, ଏପଟେ ନଦୀ ଜଳ ଯୋଗାଣ କୁ ଭରଷା କରି ପଡା ଲୋକେ ବନ୍ଦର ପାଣି କାଟିବା କୁ ହଁ ମାରିଲେ । ଦୁଇ ଦିନ ହେଲା ନଦୀ ଜଳ ଯୋଗାଣ ମଧ୍ୟ ବନ୍ଧ ହୋଇ ଯାଇଛି, ରାସ୍ତା କାମ ଏକ ଠିକାଦାର କରୁଥିବା ବେଳେ ପାଇପ ଫଟାଇ ଦେଇଥିବା ଯୋଗୁଁ ପାଣି ଆସୁନଥିବା ଅଭିଯୋଗ ବିଭାଗୀୟ ଯନ୍ତ୍ରୀ କୁ କହିବାରୁ ସେ ରାସ୍ତା କାମ କରି ଫଟାଇ ଥିବା ଠିକାଦାର ଙ୍କୁ କହିବାକୁ ମତ ରଖିଥିଲେ । ପଡା କୁ ଠିକ ମାତ୍ରା ରେ ପାଣି ଯୋଗାଇବା ପାଇଁ ପାଟ ବନ୍ଧ ପାଣି ଟାଙ୍କି ରୁ ଦେବା ପାଇଁ ଚର୍ଚ୍ଚା ହେଉଥିଲା, କିନ୍ତୁ ଠିକାଦାର ଜଣକ ବେହେରା ପଡା, ହରିଜନ ପଡା, ମାରୱାଡି ପଡା, ଶୁଣ୍ଡି ପଡା, ଇଲେକ୍ଟ୍ରି ଷ୍ଟ୍ରକଚର ବୁଲାଣି ଦେଇ ଦୁଇ କିଲୋମିଟର ହେବ ପାଇପ ଦେଇ ଆସୁଥିବା ଫଳରେ ପ୍ରାୟ ୬୦ ଘରରୁ ୩୦ ଘରକୁ ପାଣି ଆସୁଛି, ତାହାବି ଠିକ ରେ ମିଲି ପାରୁନାହଁ, ତେଣୁ ଉକ୍ତ ପଡା କୁ ସିଧାସଳଖ ପାଟ ବନ୍ଧ ଟାଙ୍କି ରୁ ଜଳ ଯୋଗାଣ ଦେଲେ ଉପକୃତ ହେବେ କହି ବାରମ୍ବାର ବିଭାଗୀୟ ଯନ୍ତ୍ରୀ ଙ୍କୁ ଜଣାଇଲେ ମଧ୍ୟ କର୍ଣ୍ଣ ପାତ କରୁନାହାନ୍ତି । ଆଗାମୀ ଦିନରେ ତାର ସୁ ବ୍ୟବସ୍ଥା କରା ନ ଯାଏ ତାହେଲେ ଗରା ମାଠିଆ ଧରି ରାଜରାସ୍ତା ରେ ଓଲ୍ହାଇବେ ବୋଲି ପଡା ଲୋକେ ଜଣାଇଛନ୍ତି ।