
ଭବାନୀପାଟଣା- ୨୫/୪ ଆଜି ଭବାନୀପାଟଣା ଟାଉନ୍ ହଲ ଠାରେ ରାଜ୍ୟସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି l ପ୍ରଥମେ ଆଭାସି ମାଧ୍ୟମରେ ମାନ୍ୟବର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ଉଦବୋଧନ ଦେବା ସହିତ ବାର୍ଷିକ ବିବରଣୀ ଉନ୍ମୋଚନ କରିଥିଲେ l ଏହି ଅବସର ରେ ଡି ପି ଏଚ ଡ଼ା ନୀଳକଣ୍ଠ ମିଶ୍ର, ଡାଇରେକ୍ଟର ଏସ ଆଇ ଏଚ୍ ଏଫ୍ ଡବ୍ଲୁ ଡ଼ା ଅମରେନ୍ଦ୍ର ମହାନ୍ତି , ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର ସିଂଦେଓ, ଜିଲ୍ଲାପାଳ ଶ୍ରୀ ପାୱାର ସଚିନ ପ୍ରକାଶ,ଏମ ପି ପ୍ରତିନିଧି ଶ୍ରୀ ଭବେନ୍ଦ୍ର ପଣ୍ଡା, ସଦର ବିଧାୟକ ପ୍ରତିନିଧି ଧନୁ ଗହିର ,ସି ଡ଼ି ଏମ ଆଣ୍ଡ ପି ଏଚ୍ ଓ ଡ଼ା ମିନତି ଲତା ଦାସ , ଏ ଡି ପି ଏଚ୍ଚ ଓ (ଭି.ବି.ଡି) ଡ଼ା ରଞ୍ଜନ ମିତ୍ର ସ୍ବାଗତ ଭାଷଣ ପ୍ରଦାନ କରି ଥିଲେ l ଏହି ଅବସରରେ ବିଶିଷ୍ଟ ସମାଜସେବୀ ଓ ସଂଗଠକ ଶ୍ରୀ ଅକ୍ଷୟ ଦାସ, ସଙ୍ଗୀତଜ୍ଞ ବିରଞ୍ଚି ନାରାୟଣ ବାହିନୀପତି, ଚିତ୍ରକର ମଦନ ମୋହନ ରଣାଙ୍କୁ ସ୍ବାସ୍ଥ୍ୟ ବିଭାଗ କୁ ବିଶେଷ ସହାୟତା ପାଇଁ ସମ୍ମାନିତ କରାଯାଇଥିଲା l ପରେ ଶ୍ରୀ ଜ୍ଞାନେନ୍ଦ୍ର ଭୋଇ ଙ୍କ ରଚିତ ଓ ନିର୍ଦ୍ଦେଶିତ ଏକ ସଚେତନତା ନାଟକ ପରିବେଷଣ ହୋଇଥିଲା ଏବଂ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର କଳାକାର ମାନେ ନୃତ୍ୟ ପରିବେଷଣ କରିଥିଲେ l ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀ ଜ୍ଞାନେନ୍ଦ୍ର ଭୋଇ ପରିଚାଳନା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଭି ବି ଡି ସି ସନ୍ତୋଷ ବାଘ୍, ନବୀନ ସାହୁ , ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ , ଏ ଏନ ଏମ ଓ ଜି ଏନ୍ ଏମ ଛାତ୍ରୀ ,ତଥା ସ୍ବାସ୍ଥ୍ୟ ବିଭାଗର ସମସ୍ତ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ l