ଭବାନୀପାଟଣା ତା- ୨୭/୪ ରାଜୀବଗାନ୍ଧୀ ପଂଚାୟତିରାଜ ସଂଗଠନ କଳାହାଣ୍ଡିର ଜିଲ୍ଲା ଆବାହକ ଓ ସହ ଆବାହକ, ସମସ୍ତ ବ୍ଲକର ଜଣେ ଲେଖାଏଁ ଆବାହକ ଓ ସହ ଆବାହକ ଏବଂ ତିନିଗୋଟି ଏନ ଏ ସି ଓ ଗୋଟିଏ ମୁନ୍ସିପାଲଟିରେ ନିଯୁକ୍ତ କରାଯାଇଅଛି l ଚଳିତ ମାସ ୧୨ ଓ ୧୩ ଏପ୍ରିଲରେ ଭବାନୀପାଟଣା ଠାରେ ସଂଗଠନ ର ସର୍ବୋଦୟ ସଂକଳ୍ପ ଶିବିର ଅନୁଷ୍ଠିତ ହୋଇଥିଲା ସେଥିରେ ଜିଲ୍ଲାର ସମସ୍ତ ବ୍ଲକରୁ 100 ଜଣ ତାଲିମlର୍ଥୀ ଯୋଗ ଦେଇଥିଲେ l ପିସିସି ସଭାପତି ଭକ୍ତ ଚରଣ ଦାସ, ବିଧାୟକ ସାଗର ଚରଣ ଦାସ, ଜିଲ୍ଲା ସଭାପତି ଭାରତ ବେମାଲ ଓ ରାଜୀବଗାନ୍ଧୀ ପଂଚାୟତିରାଜ ସଂଗଠନ ର ରାଜ୍ୟ ସଭାପତି ସୁଦର୍ଶନ ଦାସ ଓ ଜାତୀୟ ସାଧାରଣ ସମ୍ପାଦକ କୁନାଲ ବାନାର୍ଜୀଙ୍କ ସମେତ ରାଜ୍ୟ କାର୍ଯ୍ୟ କାରିଣୀ ର ସଦସ୍ୟ ମାନେ ଉପସ୍ଥିତ ଥିଲେ l ଶିବିରର ଉଦଯାପନୀ ଦିନରେ ସଂଗଠନ ରାଜ୍ୟ ସାଧାରଣ ସରୋଜ ବାଗ ଜିଲ୍ଲାସ୍ତରୀୟ କମିଟିର ନମଃ ଘୋଷଣା କରିବା ସହ ବ୍ଲକ ଓ ମୁନ୍ସିପାଲଟି, ଏନ ଏ ସି ସ୍ତରୀୟ ଆବାହକ ଓ ସହ ଆବାହକଙ୍କ ନାମ ଘୋଷଣା କରିଥିଲେ ଓ ରାଜ୍ୟ ସଭାପତିଙ୍କୁ ପ୍ରଦାନ କରିଥିଲେ l ରାଜ୍ୟ ସଂଗଠନ ସଭାପତି ସୁଦର୍ଶନ ଦାସ ଜିଲ୍ଲା ଆବାହକ ଭାବେ ଯୋସ୍ନାମୟୀ ବଗର୍ତ୍ତି ଏବଂ ସହ ଆବାହକ ଭାବେ ବେଣୁ ଦୁର୍ଗାଙ୍କୁ ନିଯୁକ୍ତ କରିଛନ୍ତି। ସେହିପରି ବ୍ଲକ ଆବାହକ ଓ ସହ ଆବାହକ ଭାବେ ଭବାନୀପାଟଣାରୁ ଚୂଡ଼ାମଣି ବାଗ ଓ କୁମୁଦି ନାଏକ, କେସିଙ୍ଗାରୁ ଶେଷଦେବ ମାଝୀ ଓ ରାଜକୁମାରୀ ସରାଫ, କର୍ଲାମୁଣ୍ଡାରୁ ଚୈତନ୍ୟ ସାହୁ ଓ ମମତା ସାହୁ, ନର୍ଲାରୁ ରୋଶନ ମାଝୀ ଓ ଜ୍ୟୋତି ବେହେରା, ମଦନପୁର ରାମପୁରରୁ ଦୁଷ୍ମନ୍ତ ରଣା ଓ ରୁମନ୍ତି ମାଝୀ, ଲାଞ୍ଜିଗଡ଼ରୁ ମୁଳୁ ମାଝୀ ଓ ମାଧୁରୀ ଦୁର୍ଗା, ଥୁଆମୂଳ ରାମପୁର ରୁ ପରମେଶ୍ୱର ନାଏକ ଓ ଭାବିନିକା ବାଗ, କଳମପୁରରୁ ପଦ୍ମ କିଶୋର ନାଏକ ଓ ରଂଜିତା ନାଏକ, ଜୟପାଟଣାରୁ ଲଖମନ ମାଝୀ ଓ ବନିତା ସୁନାନୀ, କୋକସରାରୁ ଅରୁଣ ମାଝୀ ଓ ମାଧୁରୀ ନିଆଲ, ଧର୍ମଗଡ଼ରୁ ନୀଳାଞ୍ଚଳ ସେଠିଆ ଓ ପିଙ୍କି ସୁନାନୀ, ଗୋଲାମୁଣ୍ଡାରୁ ଭି ପି ହଂସ ଓ ଦେବକୀ ହଂସ, ଜୁନାଗଡ଼ରୁ ଫିରୋଜ ମାଝୀ ଓ ବୃନ୍ଦାବତୀ ବାରିକ,ଏନ ଏ ସି ଧର୍ମଗଡ଼ରୁ ଚନ୍ଦ୍ର ଶେଖର ବିହାରୀ, ଜୁନାଗଡ଼ରୁ କୁମୁଦ ଗହୀର, କେସିଙ୍ଗାରୁ ରୋହିତ ଜୈନ ଏବଂ ଭବାନୀପାଟଣା ମୁନ୍ସିପାଲଟି ରୁ ମନ୍ଦାକିନୀ ବlଣୁଆଙ୍କୁ ନିଯୁକ୍ତି ଦିଆଯାଇଛି l